ମୋଟିଭି ଓଡିଶା : ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ମଦ ବେପାରୀ ମାନେ ହେଲେଣି ସକ୍ରିୟ । ନିର୍ବାଚନ ପୂର୍ବରୁ ମଦ ଗୁଡିକ ଗାଁ ଗହଳି ଅଂଚଳରେ ମହଜୁଦ ରଖି ବ୍ୟବସାୟ କରିବାକୁ ଚୋରା ମଦ ବେପାରୀ ମାନେ ମନ ବଳାଇଛନ୍ତି। ନୂଆ ଜଗନ୍ନାଥ ସଡକରେ ଖୋଲମଖୋଲା ଭାବରେ ମଦ ଚୋରାଚାଲାଣ ହେଉଥିବା ନଜରକୁ ଆସିଛି। ରାମେଶ୍ୱର ଗ୍ରାମର ଜଣେ ମଦ ବେପାର ଶିବ ବିଶ୍ୱାଳ ୫୦ବୋତଲ ଆସ୍କା ଫର୍ଟି ମଦ ଏକ ମୋଟର ନେଇ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନିରାକାରପୁର ପୋଲିସ ପକ୍ଷରୁ ନୂଆ ଜଗନ୍ନାଥ ସଡକରେ ଅତର୍କିତ ଚଢ଼ାଉ କରି ମଦ ବେପାରୀକୁ ଗିରଫ କରି ତା ଠାରୁ ୫୦ ବୋତଲ ଆସ୍କା ଫର୍ଟି ମଦ ବ୍ୟବହୃତ ଗାଡିକୁ ଜବତ କରିଛି । ଏନେଇ ନିରାକାରପୁର ଥାନାରେ ୧୨୪/୨୪ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।