ମୋଟିଭି ଓଡିଶା : ଦାରିଙ୍ଗବାଡି,୮/୫(ସୁଶାନ୍ତ କୁମାର ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି। ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକପାଟା ଛକ ନିକଟ ଏକ ଆମ୍ବ ଗଛ ତଳେ ଗୋରୁମାନେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ୯ ଗୋରୁଙ୍କ ଜୀବନ ଚାଲିଯାଇଛି।
ମିଳିଥିବା ସୂଚନା ମୁତାବକ, ସରାମୁଳି ପଞ୍ଚାୟତ ଗୁଡ୍ରିଗାଁର ଗୋରୁଗାଈ ଚରିବାକୁ ସିକପାଟା ଛକ ଅଞ୍ଚଳରେ ବୁଲୁଥିଲେ। ସେତିକିବେଳେ ହଠାତ ପବନ ବୋହିବା ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିବା ୯ ଗୋଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ଗୁଡ୍ରିଗାଁର ଲଙ୍କେଶ୍ୱର ଦାରାମାଝୀଙ୍କ ଗୋଟିଏ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଲାଜର ମାଝିଙ୍କ ୩ଟି, ଯୋହନ ମାଝୀଙ୍କ ୨ଟି, ରାଜେନ୍ଦ୍ର ଦାରାମାଝିଙ୍କ ଗୋଟିଏ. ଯାକବ ମାଝିଙ୍କ ଗୋଟିଏ ଏବଂ ମାନସ ମାଝିଙ୍କ ଗୋଟିଏ ଗୋରୁଙ୍କ ମୃତ୍ୟୁ ଘଟିଛି। ଖବର ପାଇ ୧୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠାମାଝି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ଏପରିକି କ୍ଷତିପୂରଣ ପ୍ରଦାନ ନେଇ ସାହାଯ୍ୟ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ