ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । କିନ୍ତୁ କୋର୍ଟ ଦିିନକ ପାଇଁ ଅନୁମତି ଦେଇଛନ୍ତି। ହଂସୀତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବା ପରେ ଠକେଇ ସିଣ୍ଡିକେଟ ନେଇ ଖୋଳତାଡ଼ ହେବ । ପୂର୍ବରୁ ଜବତ ଡିଜିଟାଲ ଡିଭାଇସ ଗୁଡିକୁ ଷ୍ଟେଟ ଫରେନସିକ ଲ୍ୟାବକୁ ପଠାଯାଇଛି । ରଘୁନାଥପୁର ସ୍ଥିତ ଅଫିସରୁ ଜବତ ଲାପଟପ, କମ୍ପ୍ୟୁଟର ଓ ମୋବାଇଲର ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି । ପଟିଆ ଅଞ୍ଚଳରେ ହଂସୀତା ଓ ଅନୀଲ ଲିଭ ଇନରେ ରହୁଥିବା ଆପାର୍ଟମେଣ୍ଟ ଯାଇ ଛାନଭିନ କରିଛି ଇନ୍ଫୋସିଟି ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ ୟୁନିଟ । ତଦନ୍ତ ବେଳେ ଏକ NGO ର ଟଙ୍କାକୁ ନେଇ ବିବାଦ ଥିବା କଥା ଜାଣିବାକୁ ପାଇଛି ପୋଲିସ। ସେପଟେ କଳାହାଣ୍ଡି ନର୍ଲାରୁ ଆସିଥିଲା ହଂସୀତା ସ୍ପା ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼। କାଲି ହଂସୀତାଙ୍କ ସ୍ୱାମୀ ଗଞ୍ଜାମ ଜିଲ୍ଲାର ସରୋଜ ସାହୁଙ୍କୁ କାବୁ କରିଛି ଆୟକର ବିଭାଗ । ହଂସୀତାଙ୍କ ସବୁ ବେନାମୀ କାରବାର ରେ ସରୋଜ ସେୟାର ହୋଲ୍ଡର ଥିବା ଜାଣିବାକୁ ପାଇଛି ଆୟକର ବିଭାଗ ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
କୋଲକାତା ବଳାତ୍କାର ମାମଲା।
ଉତ୍ତରାଖଣ୍ଡରେ ଚଳିତ ମାସରେ ଲାଗୁ ହେବ UCC।
ମହାକୁମ୍ଭରେ ‘ମହାପ୍ରସାଦ ସେବା’ ଆରମ୍ଭ କରିବ ଆଦାନୀ ଗ୍ରୁପ୍ ଓ ଇସ୍କନ୍।