ଫିଲ୍ମ ଏମରଜେନ୍ସି ଦେଖିବାକୁ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ । ଏନେଇ ଏକ ସାକ୍ଷାତାକାରରେ ସୂଚନା ଦେଇଛନ୍ତି କଙ୍ଗନା। ସତ୍ୟ କାହାଣୀ ଉପରେ ଆଧାରିତ ଏମରଜେନ୍ସିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।
ତେବେ କାହାଣୀ, ଚରିତ୍ର ଓ ଲୁକ ରିଲିଜ ପୂର୍ବରୁ ହିଁ ଖୁବ ଚର୍ଚ୍ଚାରେ ରହିଛି । ଜାନୁଆରି ୧୭ରେ ରିଲିଜ ହେବ ଏମରଜେନ୍ସି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନୀ ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଏମରଜେନ୍ସି ‘ । ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ଅତି ନିଖୁଣ ଭାବରେ ମଣ୍ଡି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଭାଇଛନ୍ତି। ଭାରତୀୟ ଗଣତନ୍ତ୍ର ଇତିହାସର ସବୁଠାରୁ ବିବାଦୀୟ ଅଧ୍ୟାୟର ଏକ ବିସ୍ଫୋରକ କାହାଣୀ ଏମରଜେନ୍ସି ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଅନେକ ବିରୋଧର ସମ୍ମୁଖୀନ ହେବା ପରେ ଫିଲ୍ମଟି ରିଲିଜ ପାଇଁ ସେନ୍ସର ବୋର୍ଡ ପକ୍ଷରୁ ଗ୍ରୀନ ସିଗନାଲ ପାଇଛି।
ମୋ ଟିଭି ଓଡିଶା ଡେସ୍କ
More Stories
ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।