ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଡୁଙ୍ଗୁରା ସେବା ସମବାୟ ସମିତିରେ ଧାନ କିଣାକୁ କେନ୍ଦ୍ର କରି ଗଣ୍ଡଗୋଳ।ଗଣ୍ଡଗୋଳରେ ୨ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ଡୁଙ୍ଗୁରା ସେବା ସମବାୟ ସମିତିରେ ଧାନ କିଣିବା ପାଇଁ ତିରୁମଲ୍ଲି ତିରୁପତି ମିଲ କର୍ତ୍ତୃପକ୍ଷ ଆସିଥିବାବେଳେ ଧାନ କୁଇଣ୍ଟାଲ ପିଛା ୧୦% କଟିଣିଛଟିଣି କରିଥିଲେ। ଏ ନେଇ ଅଞ୍ଚଳର ଚାଷୀ ପଦୀପ ଜେନା ବିରୋଧ କରିଥିଲେ।
ପରେ ସେଠାରେ ଥିବା ଧାନ ବ୍ୟବସାୟୀ ବଳରାମ ସାହୁ ତାଙ୍କ ପୁତୁରା ମାନସ ସାହୁ ଏବଂ ତାଙ୍କ ସମର୍ଥକ ମାନେ ପ୍ରଦୀପଙ୍କ ସହିତ ଝଗଡା କରିବା ସହିତ ଏକ ଲୁହା ରଡ଼ରେ ପ୍ରଦୀପ ଙ୍କୁ ମାଡ଼ ମାରିଥିଲେ।ପରେ ସେବା ସମବାୟ ସମିତିର କର୍ମଚାରୀ ଲକ୍ଷ୍ମୀ ସେଠୀ ଅଟକାଇବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପରେ ଉଭୟ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମୋ ଟିଭି ଓଡିଶା, ସୋର
More Stories
ସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ।
୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ।