January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର।

ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର। ଅତି ଖରାପ ଧନ ସଂଗ୍ରହ କରାଯିବ ନାହିଁ। ଧାନ ସଂଗ୍ରହକୁ ନେଇ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି, ଧାନ ସଂଗ୍ରହ ଠିକ୍ ଚାଲିଛି । କାଁ ଭାଁ କେଉଁଠି ସମସ୍ୟା ହେଉଛି । କିଛି ନେତା ଲୋକଙ୍କୁ ଜାଣିଶୁଣି ଉସୁକାଉଛନ୍ତି । ଭଲ ଧାନ ଆଣିଲେ ୨୪ ଘଣ୍ଟା ନୁହେଁ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ । କିନ୍ତୁ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର । ଧାନ ଅତି ଖରାପ ହୋଇଥିଲେ ସଂଗ୍ରହ କରାଯିବ ନାହିଁ । ଏହି ଖରାପ ଧାନ ମାକେର୍ଟରେ ଚାଲିବ ନାହିଁ । ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନ କ୍ଷେତ୍ରରେ ସରକାର କ୍ଷତିପୂରଣ ଦେଉଛନ୍ତି । ଟଙ୍କା ଦିଆଯିବା ପରେ କ୍ଷତିଗ୍ରସ୍ତ ଚାଉଳକୁ ସରକାର କେମିତି ନେବେ ବୋଲି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୩ ଲକ୍ଷ ମେଟ୍ରିକ ଧାନ କିଣା ସରିଛି । କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ କରାଯିବ । ଯେଉଁଠି କଳା ବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ତାଳଚେର ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର। ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା ୨୮ ରେ “ଉତ୍କର୍ଷ ଓଡ଼ିଶା”-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୫ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ। ୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ। ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ । ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଲ ମଝିରେ ଜଳିଗଲା ମୋଟର ସାଇକେଲ।