ବାଲି ମାଫିଆଙ୍କ ଦୌରାତ୍ମ୍ୟ ଏକ ବଡ଼ ସମସ୍ୟା ହୋଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱରୁ ବାଲିକୁ ଅଲଗା କରି ଖଣି ବିଭାଗରେ ରଖାଯାଇଛି । ପୂର୍ବରୁ ରାଜସ୍ୱ ବିଭାଗରେ ଥିଲା ବାଲି। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବ ସରକାର ଜଣାନାହିଁ। ବାଲି ଖଣିଜ ପଦାର୍ଥର ତାଲିକାଭୁକ୍ତ ହେଲା କେମିତି । ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ । ଏ ବିଷୟରେ ଅଧ୍ୟୟନ କରାଯାଉଛି। ବାଲି ଚୋରି ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି। ଆଇନ ଉଲଙ୍ଘନର ଅଭିଯୋଗ ମଧ୍ୟ ଆସୁଛି । ବାଲି ପରିବହନରୁ ବଡ଼ବଡ଼ ଗାଡ଼ି ଦ୍ୱାରା ରାସ୍ତା ଖରାପ ହେଉଛି । ଜଳ ସମ୍ପଦ ବିଭାଗର ମଧ୍ୟ ମତ ନିଆଯାଇଛି । ବାଲି ଉତ୍ତୋଳନ ବେଳେ ନଦୀ ଗୁଡ଼ିକର ଜଳ ପ୍ରବାହ ମଧ୍ୟ ବ୍ୟାଘାତ ହେଉଛି । ଆଗରୁ ଅଳ୍ପ ରାଜସ୍ୱ ଆସୁଥିଲା, ଏବେ ବଢିଛି । ବାଲି ଚୋରି ରୋକିବା ସହ ଆବଣ୍ଟନ ବ୍ୟବସ୍ଥିତ କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ମନ୍ତ୍ରୀ କହିଛନ୍ତି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ତାଳଚେର ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର।
୨୮ ରେ “ଉତ୍କର୍ଷ ଓଡ଼ିଶା”-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ ।