ସୁଭଦ୍ରା ଯୋଜନାରେ ଭୁଲ୍ରେ ଅପଟ୍ ଆଉଟ ହୋଇଥିବା ଆବେଦନକାରୀ ପୁନଃସାମିଲ ହୋଇଛନ୍ତି। ଶନିବାର ସୁଦ୍ଧା ସୁଭଦ୍ରା ଯୋଜନାରେ ପୁଣି ୮ ହଜାରରୁ ଅଧିକ ଆବେଦନକାରୀ ପୁନଃସାମିଲ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଏବେ ବି’ ୨ ଲକ୍ଷରୁ ଅଧିକ ଆବେଦନକାରୀ e-KYC କରିନାହାନ୍ତି। ଫଳରେ ସେମାନେ ଯୋଗ୍ୟ ବିବେଚିତ ହେଲେ ମଧ୍ୟ ଅର୍ଥ ପାଇବାରେ ଅସୁବିଧା ହେବ। ତେଣୁ ନିକଟ ଜନସେବା କେନ୍ଦ୍ରରେ ତୁରନ୍ତ e-KYC କରିବାକୁ ପରାମର୍ଶ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି ଖୁବ୍ ଶୀଘ୍ର ୪ର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ‘ସୁଭଦ୍ରା’ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ସୂଚନା ଯୋଗ୍ୟ କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାରୁ ଅପଟ୍ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଥିବା ପ୍ରକାଶ କରିଥିଲେ। ଏପରିକି ଯେଉଁ ହିତାଧିକାରୀମାନେ ଭୁଲ୍ରେ ଅପଟ ଆଉଟ ହୋଇଯାଇଥିଲେ ସେମାନେ ପୁଣି ସୁଭଦ୍ରା ଯୋଜନାର ପୋର୍ଟାଲରେ ଲଗ୍ ଇନ୍ କରି ତାଲିକାରେ ପୁନଃ ଯୋଡ଼ି ହୋଇପାରିବେ ବୋଲି ସୂଚନା ଦେଇଥିଲେ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ।