MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାକାରାତ୍ମକ ଭାବନା କୁ ଗ୍ରହଣ କରି ଚାପ ମୁକ୍ତ ଜୀବନ ପାଇଁ ଯୋଗ ଓ ଧ୍ୟାନ ର ଆବଶ୍ୟକତା ଗୁରୁତ୍ବପୂର୍ଣ୍ଣ।


କଳାହାଣ୍ଡି:୧୨/୦୧(ସନତ ପ୍ରଧାନୀ)


କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ଧର୍ମଗଡ଼ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଦୁଇ ଦିନ ଧରି ଯୋଗ ଓ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗ ଓ ଧ୍ୟାନ ର ଉପାଦେୟତା ଉପରେ ଯୁକ୍ତ ରାଷ୍ଟ୍ର ଆମେରିକାରେ ବିଶେଷଜ୍ଞ ଭାବେ ପଞ୍ଜୀକୃତ ଯୋଗ ଓ ଧ୍ୟାନ ବିଶେଷଜ୍ଞ ଡାକ୍ତର ମୋନିକା ପରଶିରା ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ଦୈନନ୍ଦିନ ଜୀବନରେ ଚାପ ମୁକ୍ତ ହୋଇ ସାକାରାତ୍ମକ
ଭାବନା କୁ ଗ୍ରହଣ କରିବା ପାଇଁ ଯୋଗ ଓ ଧ୍ୟାନ ର ଉପକାରିତା ଉପରେ ଡାକ୍ତର ମୋନିକା ପ୍ରଦର୍ଶନ ଜରିଆରେ ପ୍ରଶିକ୍ଷଣ ଦେଇଥିଲେ।

ଏହି ଶିବିରରେ ଡାକ୍ତର ମୋନିକାଙ୍କ ସ୍ବାମୀ ତଥା ଉପଜିଲ୍ଲାପାଳ ଧୀମାନ ଚକମା, ସିଦ୍ଧାର୍ଥ ଫାଉଣ୍ଡେସନ ର ସମ୍ପାଦକ ଆଚାର୍ଯ୍ୟ ହୃଷିକେଶ ମିଶ୍ର, ଧର୍ମଗଡ଼ ବ୍ୟବସାୟୀ ସଙ୍ଘ ର ସଭାପତି ବିଦ୍ୟାଧର ସାହୁ, ସତ୍ ସଙ୍ଗ ସେବା କେନ୍ଦ୍ର ର ସଦସ୍ୟ ବୃନ୍ଦ, ବିଜେପି ନେତା ହିମାଂଶୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ଇଙ୍ଗିତ ପଣ୍ଡା, ବିଶ୍ଵ ହିନ୍ଦୁ ପରିଷଦର ଶ୍ରୀ ଜୟନ୍ତ ମୁଣ୍ଡ, ବ୍ରଜେଶ୍ ପଣ୍ଡା, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା ପ୍ରତିନିଧି ଓ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ମାନେ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଏହି ଦୁଇ ଦିନିଆ ଯୋଗ ଓ ଧ୍ୟାନ ଶିବିର କୁ କ୍ରୀଡା କମିଟି ର ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।