ଅଭିଯୋଗ ଆଣିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବିଜେଡିର କେଉଁ ୩ ମନ୍ତ୍ରୀ ଥିଲେ ହଂସିତାଙ୍କ ଗଡଫାଦର । ହଂସିତାଙ୍କ ସାମ୍ରାଜ୍ୟ ପଛରେ ବିଜେଡି । ମୋହନ ସରକାରରେ ଏହାର ତଦନ୍ତ ହେବ ଏବଂ ସମସ୍ତେ ଦଣ୍ଡ ପାଇବେ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ହଂସିତାଙ୍କୁ କିଏ ଦେଇଥିଲା ସରକାରୀ କାର୍ଯ୍ୟ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ହଂସିତାଙ୍କ ପ୍ରତି ଥିବା ପ୍ରୀତି ପାଇଁ ବିଜେଡି ଭାଙ୍ଗିଥିଲା ଆଇନ । ବିଜେଡି ସମୟରେ କେତେ ଟଙ୍କାର କାମ ପାଇଥିଲେ ହଂସିତା ? ପୂର୍ବ ସରକାରର ଏକାଧିକ ମନ୍ତ୍ରୀ ଓ ବିଧାୟକ ସାମିଲ ଥିଲେ । ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ? ବିଜେଡି ସହ ହଂସିତାଙ୍କ ଲିଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପୁରୋହିତ ।
ହଂସିତା ଓ ଅନୀଲଙ୍କୁ ଅହେତୁକ ଅନୁକମ୍ପା ଦେଉଥିଲେ ତତ୍କାଳୀନ ବିଜେଡି ସରକାରର ଜଣେ ପାୱାରଫୁଲ ମନ୍ତ୍ରୀ । କଳାହାଣ୍ଡିର ସେହି ମନ୍ତ୍ରୀଙ୍କ ସମୟରେ ପ୍ରବଳ କାମ ପାଇଛନ୍ତି ହଂସିତା ଓ ଅନୀଲ । ପରୋକ୍ଷରେ ପ୍ରଦୀପ ଦିବ୍ୟଶଙ୍କର ମିଶ୍ରଙ୍କ ଆଡକୁ ଇସାରା କରିଛନ୍ତି । ବହୁଚର୍ଚ୍ଚିତ ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ମାମଲାରେ ଚାଲିଛି ତଦନ୍ତ । ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ । ଠକ ଯୋଡ଼ିଙ୍କ କଳାଧନ ଉପରେ ଆୟକର ବିଭାଗ ଛାନଭିନ୍ ଚଳାଇଛି । କିନ୍ତୁ ସ୍କାନରରେ ଥିବା ବଡ଼ବଡ଼ିଆ ମାନେ ଜେରା ହେବେ ନା ଖସିଯିବେ, ତାକୁ ନେଇ ସନ୍ଦେହ ଉପୁଜିଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ।