MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଷ୍ଟ୍ରୀୟ ଯୁବ ଦିବସ ପାଳନ: ଯୁବମୋର୍ଚ୍ଚା ପକ୍ଷରୁ ଯୁବ ଜାଗରଣ ମଶାଲ ଶୋଭାଯାତ୍ରା!


ଆଦର୍ଶ ପୁରୁଷ ତଥା ଦୀପ୍ତିମନ୍ତ ତାରକା ଯୁବ ମାନସର ପ୍ରତୀକ ବିଶ୍ବ ବିଜୟୀ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଗୀତା ଭବନ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯୁବ ଜାଗରଣ ମଶାଲ ଶୋଭାଯାତ୍ରା କରି ସ୍ବାମୀଜୀଙ୍କ ବାର୍ତ୍ତା ବାଣ୍ଟିଥିଲେ।


ଭାରତୀୟ ସଂସ୍କୃତିକୁ ବିଶ୍ଵଦରବାରରେ ପରିଚିତ କରାଇଥିବା ସ୍ଵାମୀଜୀଙ୍କ ବିଚାର ଓ ଆଦର୍ଶକୁ ପାଥେୟ କରି ଆସନ୍ତୁ ସଭିଏଁ ଏକାଠି ହୋଇ ସଙ୍କଳ୍ପ ନେବା ନିଜ ସାମର୍ଥ୍ଯ ଅନୁସାରେ ଦେଶର ଗୌରବ ବଢାଇବା ପାଇଁ ପ୍ରତିବଦ୍ଧତା ହେବା ପାଇଁ ଜିଲ୍ଲା ସମ୍ପାଦକ ଗୋପବନ୍ଧୁ ଜେନା ଯୁବ ସମାଜକୁ ଆହ୍ବାନ କରିଥିଲେ

ଚିକାଗୋ ଧର୍ମ ମହାସଭାର ହିନ୍ଦୁ ଧର୍ମ ଉପରେ ତାଙ୍କ ମର୍ମସ୍ପର୍ଶୀ ଅଭିଭାଷଣ ସାରାବିଶ୍ଵରେ ସୃଷ୍ଟିକଲା ଏକ ଆଧ୍ୟାତ୍ମିକ ଜାଗରଣ । ଯୁବକ ମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ବାଣୀ ଉଠ, ଜାଗ୍ରତ ହୁଅ ଲକ୍ଷ୍ୟ ପ୍ରାପ୍ତି ନ ହେବାଯାଏଁ ଥକ ନାହିଁ ପ୍ରୟାସ ଜାରିରଖ ଏହି ଉକ୍ତିରୁ ପ୍ରେରଣା ନେଇ ବିକଶିତ ଖୋର୍ଦ୍ଧା ବିକଶିତ ଓଡ଼ିଶା ଓ ଭାରତ ଗଠନ ପାଇଁ ପ୍ରୟାସ ଜାରି ରଖିବା ପାଇଁ ଯୁବନେତା ବିଶ୍ଵଦିପ ପ୍ରଧାନ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ଯୁବ ନେତା ଗୋପବନ୍ଧୁ ଜେନା, ଅଂଶୁମାନ ପଟ୍ଟନାୟକ, ମାନସ ରଞ୍ଜନ ସାହୁ ସଂଯୋଜନା କରିବା ସହ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା, ସାଧାରଣ ସଂପାଦକ ଆଶୁତୋଷ ବେହେରା, ସୁଟୁ ପାଇକରାୟ, ପ୍ରଦୀପ ସ୍ୱାଇଁ ସୁନିଲ ପ୍ରଧାନ, ଶକ୍ତି ରଞ୍ଜନ ସ୍ୱାଇଁ, ରୁଦ୍ରାଭିଷେକ ମାନ୍ଧାତା, ଅମିତ ବାରିକ, ତରୁଣ ସାହୁ, ସୋୟଂ ସ୍ୱାଇଁ, ଶିବପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମୂଖ୍ୟ ଭୂମିକା ନିର୍ବାହ କରିଥିଲେ।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।