February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରକାରଙ୍କ ଜନ ହିତକର ଯୋଜନା ପହଞ୍ଚି ପାରୁନି ଗ୍ରାମରେ, ନୂତନ ପଞ୍ଚାୟତ ଗଠନ ନେଇ ଦାବୀ ।


ଦାରିଙ୍ଗବାଡି, ୧୪/୧ ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ)

ଦାରିଙ୍ଗବାଡି ବ୍ଲକ, କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କା ଅଞ୍ଚଳରେ ମିଞ୍ଜାପଙ୍କା ନୂତନ ପଞ୍ଚାୟତ ଗଠନ ନେଇ ଦାବୀ ଜୋର ଧରିଛି। ଏଣୁ ମିଞ୍ଜା ପଙ୍କା ଅଂଚଳର ୧୪ ଗୋଟି ଗ୍ରାମ ଯଥା ହରଗୁଡ଼ା, ପାଙ୍ଗୁଡ଼ା, ବରଗୁଡ଼ା, ସାଲବା, କୁଡୁପାଗାଡ଼ି, ରାମ୍ବେଲି, କୁଟ୍ରୁକା, ରାଲ୍ଡିପଙ୍କା, ଝାଲବଇଡା, ବୁଡ଼ାରିପି, ଘରବଇଡା, ବଡମହା ଓ ମିଞ୍ଜାପଙ୍କା ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ବୈଠକ କରିଥିଲେ। ସୂଚନା ଯେ ପଞ୍ଚାୟତ ମହକୁମା କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରୁ ଏହି ସବୁ ଗ୍ରାମ ଗୁଡ଼ିକ ୨୦ ରୁ ୩୦ କିମି ଦୂରତାରେ ଅବସ୍ଥିତ। ସେହିପରି ଏହି ଗ୍ରାମ ସବୁ ବ୍ଲକ ମହକୂମା ଠାରୁ ପ୍ରାୟ ୭୦ କିମି ଦୂରରେ ଅବସ୍ଥିତ। ଯାହାରି ଫଳରେ ସରକାରଙ୍କ ଜନ ହିତକର ଯୋଜନା ସବୁ ପ୍ରାୟ ଏହି ଗ୍ରାମ ବାସୀ ମାନଙ୍କ ପାଇଁ ଅପହଞ୍ଚ ହୋଇ ରହୁ ଥିବା ମିରା ସୁଆଲସିଂ ଓ କାମଦେବ ମଲିକ କହିଛନ୍ତି।

ଏଣୁ ମିଞ୍ଜାପଙ୍କାରେ ନୂତନ ପଞ୍ଚାୟତ ଗଠନ ନେଇ ଅଞ୍ଚଳ ବାସୀ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ଜିଲ୍ଲାପାଳ କନ୍ଧମାଳ, ଉପଜିଲାପାଳ ବାଲିଗୁଡା ଓ ବିଡ଼ିଓ ଦାରିଙ୍ଗବାଡି ପ୍ରିତିରଞ୍ଜନ ରଥକୁ ଲିଖିତ ଭାବେ ଜଣାଇଥିବା ନୂତନ ପଞ୍ଚାୟତ ଗଠନ କମିଟିର ସଭାପତି ନରେନ୍ଦ୍ର ବେହେରା, ସଂପାଦକ ଶରତ ମଲିକ, ଉପ ସଭାପତି କାମଦେବ ମଲିକ, ସୁକାନ୍ତ ମଲିକ ଓ ଜ୍ୟୋତି ସଭାସୁନ୍ଦର ପ୍ରମୁଖ ସୂଚନା ଦେଇଛନ୍ତି। ଖବର ନେବାରୁ ଜଣା ପଡ଼ିଛି ଯେ ୨୦୧୪ ସାଲରେ ହୋଇଥିବା ବାଇ ଇଲେକସନ ସମୟରେ ମିଞ୍ଜାପଙ୍କା ଅଞ୍ଚଳ ବାସୀ ପୁର୍ବ ସରକାରଙ୍କ ମନ୍ତ୍ରୀ ମାନଙ୍କୁ ନୂତନ ପଞ୍ଚାୟତ ଗଠନ ନେଇ ଲିଖିତ ଭାବେନୂତନ ପଞ୍ଚାୟତ ଗଠନ ନେଇ ଜଣାଇ ଆସିଥିଲେ। ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ଆଯଯାଏ କୌଣସି ସୁଫଳ ପାଇଲେ ନାହିଁ। ଏବେ ପୁଣି ଅଞ୍ଚଳ ବାସୀ ନୂତନ ପଞ୍ଚାୟତ ଗଠନ ନେଇ ଅଣ୍ଟା ଭିଡିଛନ୍ତି। ୧୪ ଗୋଟି ଗ୍ରାମବାସୀଙ୍କ କହିବା କଥା ଯେ ଯଦି ମିଞ୍ଜାପଙ୍କାଙ୍କୁ ନୂତନ ପଞ୍ଚାୟତ ମାନ୍ୟତା ଦିଆନ ଯାଏ, ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଞ୍ଚଳ ବାସୀ ଭୋଟ ବର୍ଜନ କରିବାକୁ ପଛାଇବେ ନାହିଁ ବୋଲି ଦୃଢ ଦାବୀ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।