February 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫୁଲବାଣୀ ନାରାୟଣୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ


କନ୍ଧମାଳ:(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀ ଠାରେ ପ୍ରତି ଦୁଇ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ମା’ ନାରାୟଣୀ ଯାତ୍ରା ମେ ୧୦ ତାରିଖ ଠାରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବହୁ ଜାକ ଜକମରେ ଅନୁଷ୍ଠିତ ହେବ। ଏଥି ପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସାଧାରଣ ଜନତାଙ୍କ ସହଯୋଗରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ମଙ୍ଗଳବାର ଫୁଲବାଣୀକୁ ବିଜେଡ଼ି ଦଳର ଏକ ନିର୍ବାଚନି ପ୍ରଚାରକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷ୍ଟାଡ଼ିୟମ୍ ଠାରେ ଯାତ୍ରା ପରିଚାଳନା କମିଟିର ସଭାପତି ପି.ସୁଧାଂଶୁ ସେନାପତି ଓ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ମିଳିତ ଭାବେ ଫୁଲବାଣୀ ନାରାୟଣୀ ଯାତ୍ରାରେ ସାମିଲ୍ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ ଗ୍ରହଣ କରିବା ସହିତ ନାରାୟଣୀ ଯାତ୍ରାର ଏକ ସ୍ମୃତି ଫଳକ ମଧ୍ୟ ଗ୍ରହଣ କରିଥିଲେ। ଏଥି ସହିତ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଯାତ୍ରା ପାଇଁ ନିମନ୍ତ୍ରଣ କରାଯିବା ସହିତ ସ୍ମୃତି ଫଳକ ପ୍ରଦାନ କରାଯାଇଛି। ଉଭୟ ନିମନ୍ତ୍ରଣ ପାଇବାପରେ ଆନନ୍ଦ ପ୍ରକାଶ କରିବା ସହିତ ସଫଳତା କାମନା କରିଥିଲେ। 9ପ୍ରତି ଦୁଇ ବର୍ଷ ଅନ୍ତରରେ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ତଥା ହନୁମାନ ଜୟନ୍ତ୍ରୀରେ ମା ନାରାୟଣୀ ଠାକୁରାରୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଥାଏ ଓ ଅକ୍ଷୟ ତୃତୀୟ ଅବସରରେ ଯାତ୍ରା ଆରମ୍ଭ ହୋଇଥାଏ। ବୁଧବାର ଦିନରେ ପାର୍ଶ୍ବଦେବୀ ମା’ ବରାଳଦେବୀ , ମା’ ବ୍ୟାଘ୍ରଦେବୀ , ମା ବ୍ରାହ୍ମଣଦେବୀ ଓ ମା’ ଗ୍ରାମ୍ୟଦେବୀଙ୍କୁ ପଟୁଆରରେ ଆମନ୍ତ୍ରଣ କରାଯିବ ଓ ରାତ୍ରରେ ଏକ ବିରାଟ ପଟୁଆରରେ ଯାଇ ପାରମ୍ପରିକ ପୂଜା ପଦ୍ଧତି ପରେ ମା’ ନାରାୟଣୀଙ୍କୁ ଆମନ୍ତ୍ରଣ କରାଯିବ। ଏଥିରେ ହଜାର ହଜାର ସଂଖ୍ୟରେ ଭକ୍ତ , ଦର୍ଶକ ଓ ଅଞ୍ଚଳବାସୀ ସାମିଲ୍ ହୋଇଥାନ୍ତି। ଚଳିତ ବର୍ଷ ଫୁଲବାଣୀ ନାରାୟଣୀ ଯାତ୍ରାର ସଫଳତା ପାଇଁ ଇତି ମଧ୍ୟରେ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।