ସେବାୟତଙ୍କ ବିବାଦ ଯୋଗୁଁ ସୋମବାର ରାତିରୁ ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିନାହିଁ । ମନ୍ଦିର ପ୍ରଶାସନ ପ୍ରତି ଥର ଭଳି ଏଥର ମଧ୍ୟ ତାଳିପକା ସମାଧାନ ଉଦ୍ୟମ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନି । ମଙ୍ଗଳବାର ରାତିଯାଏଁ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ଦୁଇ ଦିନ ହେଲା ଠାକୁରଙ୍କୁ ଉପାସ ରହିବାକୁ ପଡ଼ିଛି । ଲିଙ୍ଗରାଜଙ୍କ ଘୃତ କମଳ ନୀତି ବନ୍ଦ ଘଟଣାକୁ ନେଇ ବଡୁ ସେବାୟତ ଓ ବ୍ରାହ୍ମଣ ନିଯୋଗର ସେବା ବିବାଦ ଦେଖିବାକୁ ମିଳିଛି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି । ଏହା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । ମକର ସଂକ୍ରାନ୍ତି ପାଇଁ ଲିଙ୍ଗରାଜଙ୍କ ପାଖରେ ଘୃତ୍ୟ କମଳ ଲାଗି ହୋଇଥାଏ । କିନ୍ତୁ ଏଥର ପୁଣିଥରେ ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ । ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ବସି ରହିଥିବା ବେଳେ ଖାଡ଼ା ଉପବାସ ରହିଛନ୍ତି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଲାଣି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।