February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ଦେଶ ପାଳୁଛି ୭୭ତମ ଭାରତୀୟ ସେନା ଦିବସ।

ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ଦେଶର ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା  ବା ପଦାତିକ ବାହିନୀ। ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ। ଭାରତୀୟ ନୌସେନା ପାଇଁ ଆଜି ହେଉଛି ଐତିହାସିକ ଦିନ। ସାମିଲ ହେବ ତିନି ତିନିଟି ଯୁଦ୍ଧ ଜାହାଜ। ମୁମ୍ବାଇ ନାଭାଲ ଡକୟାର୍ଡରେ ଆଜି INS ସୁରତ, INS ନୀଲଗିରି ଓ INS ବାଘଶିରକୁ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡେଷ୍ଟ୍ରୟର୍ ସୁରତ, ଷ୍ଟେଲ୍ଥ ଫ୍ରିଗେଟ୍ ନୀଲଗିରି ଏବଂ ସବମରିନ୍ ବା ବୁଡ଼ାଜାହାଜ ବାଘଶିର ନୌସେନାରେ ସାମିଲ ହେବ। ପ୍ରଥମେ ଭାରତୀୟ ନୌସେନା ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ରିଟୁଇଟ କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି ସହ ଆତ୍ମନିର୍ଭର ଭାରତକୁ ଏହା ବଳ ଯୋଗାଇବ ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ମୋଦି।

ଅନ୍ୟ ପକ୍ଷରେ ୩ଟି ଯୁଦ୍ଧଜାହାଜକୁ ନେଇ ସ୍ବତନ୍ତ୍ର ଭିଡିଓ ପୋଷ୍ଟ କରିଛି ଭାରତୀୟ ନୌସେନା । ଆଇଏନଏସ ସୁରତ ହେଉଛି ପ୍ରୋଜେକ୍ଟ ୧୫-ବି ର ଏକ ଅଂଶ । ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏହି ଜାହାଜରେ ଶତ୍ରୁ ପକ୍ଷକୁ ମାତ ଦେବାକୁ ଦକ୍ଷତା ରହିଛି । ଗାଇଡେଡ୍-ମିସାଇଲ୍ ବିଧ୍ୱଂସକ ଭାବେ ଏହାକୁ ବିକଶିତ କରାଯାଇଛି । ସେହିପରି INS ନୀଲଗିରି ପ୍ରୋଜେକ୍ଟ-17Aର ପ୍ରମୁଖ ଜାହାଜ । ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା, ନୀଳଗିରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । INS ବାଘଶିରପ୍ରୋଜେକ୍ଟ 75 ଅନ୍ତର୍ଗତ ସ୍କର୍ପିନ୍-କ୍ଲାସର ଷଷ୍ଠ ବୁଡ଼ାଜାହାଜ । ଏହା ଏକ ଡିଜେଲ-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ଯାହା ବିଶ୍ୱର ସବୁଠାରୁ ନୀରବ ଶ୍ରେଣୀର ବୁଡାଜାହାଜ ଅଟେ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।