ମୋଟିଭି ଓଡିଶା : ପାଖେଇ ଆସୁଛି ସାଧାରଣ ନିର୍ବାଚନ।ନିର୍ବାଚନକୁ ଆଖି ଆଗରେ ରଖି ନିଶା ବେପାରୀ ମାନେ ହୋଇଛନ୍ତି ସକ୍ରିୟ। ଖୋର୍ଦ୍ଧା ସହରର ଗଳି କନ୍ଦିରେ ନିଶା କାରବାର ବେଧଡକ ଭାବରେ ଚାଲିଛି। ନିଶା କାରବାରକୁ ରୋକିବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ଅଣ୍ଟା ଭିଡିଛି।
ଆଜି ଖୋର୍ଦ୍ଧା ଅବକାରୀ ବିଭାଗର ଫ୍ଲାଇଗଂ ସ୍କାର୍ଡ ଟିମ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଲେବର କଲୋନୀରେ ଚଢ଼ାଉ କରି ୧୪୦କେଜି ଅଫିମ ଫଳଫୁଲ ଓ ଗୁଣ୍ଡ ଜବତ କରିବାରେ ସଫଳ ହୋଇଛି ଏବଂ ଅଭିଯୁକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି।ଜବତ ଅଫିମ ଫଳ,ଫୁଲ ଓ ଗୁଣ୍ଡର ଆନୁମାନିକ ମୂଲ୍ୟ ୨,୧୦,୦୦୦ (ଦୁଇଲକ୍ଷ ଦଶ ହଜାର) ଟଙ୍କା ହେବ।ଗିରଫ ମହିଳା ଜଣଙ୍କ ମୁକୁନ୍ଦ ପ୍ରସାଦ ଲେବର କଲୋନୀ ର ଉଛବ ସାହୁଙ୍କ ସ୍ତ୍ରୀ ହେମା ସାହୁ।ହେମା ସାହୁ ନାମରେ ଅବକାରୀ ବିଭାଗ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।