ଏଥର ହିତାଧିକାରୀଙ୍କୁ ଡକାଇ ସିଧାସଳଖ ବାଣ୍ଟିଲେ ଚେକ । ହିତାଧିକାରୀଙ୍କୁ ମିଳିଲା ୩୫୦୦ ଟଙ୍କା । ୮୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରର ଧରଣୀଧର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସ୍କ ଓ ବୟସ୍କା ବ୍ୟକ୍ତିଙ୍କ ସମେତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ଭତ୍ତା ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଜାନୁଆରୀ ମାସ ଅର୍ଥାତ ଚଳିତ ମାସରୁ ହିଁ ୮୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ଟଙ୍କା ।
ରାଜ୍ୟର ପ୍ରାୟ ୪ ଲକ୍ଷରୁ ଅଧିକ ପେନସନଧାରୀ ଏଥିରେ ଉପକୃତ ହେବେ । ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ହିତାଧିକାରୀଙ୍କ ଭତ୍ତା ରାଶି ବୃଦ୍ଧି କରିଥିଲେ ରାଜ୍ୟ ସରକାର । ତେବେ ଏହି ନିଷ୍ପତ୍ତି ଚଳିତ ମାସ ଅର୍ଥାତ ଜାନୁଆରୀ ୨୦୨୫ରୁ ହିଁ ଲାଗୁ କରାଯିବା ନେଇ ସରକାର ଘୋଷଣା କରିଥିଲେ ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।