ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିକାରୀ ଏବଂ ବନ୍ୟପ୍ରାଣୀ ସାମଗ୍ରୀର ଅବୈଧ ବ୍ୟବସାୟୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା କଳାବାଘ ଚମଡ଼ା ଓ ନଖକୁ ଜବତ କରାଯିବା ସହିତ ଘଟଣାରେ ଜଡିତ ୪ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅଞ୍ଚଳ ତେନ୍ତଳା ଗ୍ରାମର ଅଜମ୍ବର ନାୟକ ଛଦ୍ମନାମ ଫାଟୁ, ପୀତାମ୍ବର ନାୟକ ଛଦ୍ମନାମ ଡାକ୍ଟର, ରାମା ନାୟକ, ଛଦ୍ମନାମ ଥାଲୁ ଓ ପାଟସାଣିପୁର ଅନ୍ତର୍ଗତ ବାଲିଘାଟର ବାଇରାମ ମୁର୍ମୁ ଛଦ୍ମନାମ ଡୁଡିବାବା ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ପ୍ରକାଶ କରିଛନ୍ତି।
ଶିମିଳିପାଳ କ୍ଷେତ୍ର ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଉଦଳା ଥାନା ଅଧୀନ ତେନ୍ତୁଳା ଓ ବାଲିଘାଟ ଅଞ୍ଚଳରେ କଳାବାଘ ଚମଡଡ଼ା ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ବନବିଭାଗ ଜାଣିବାକୁ ପାଇଥିଲା । ଏସ୍ଟିଆରର ଦକ୍ଷିଣ-ପଶ୍ଚିମ ଲ୍ୟାଣ୍ଡ ଡିଭିଜନର ସ୍ବତନ୍ତ୍ର ପ୍ରବର୍ତ୍ତନ ଶାଖା ପକ୍ଷରୁ ଚଢାଉ କରାଯାଇଥିଲା। ପୃଥକ୍ ଭାବେ ଚଢାଉ କରି ୪ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପରେ ଏହି ସଫଳତା ମିଳିଛି । ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ରହିଛନ୍ତି।
ମୋ ଟିଭି ଓଡିଶା, ଶିମିଳିପାଳ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।