January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦିବ୍ୟାଙ୍ଗ ସୁକୁମାରୀ ଘରଖଣ୍ଡେ ପାଇବା ପାଇଁ ଦୌଡୁଛନ୍ତି ପଞ୍ଚାୟତ ଅଫିସ ।

ଦିବ୍ୟାଙ୍ଗ ସୁକୁମାରୀ ଘରଖଣ୍ଡେ ପାଇବା ପାଇଁ ଦୌଡୁଛନ୍ତି ପଞ୍ଚାୟତ ଅଫିସ । ହେଲେ ସରପଞ୍ଚ ବାବୁ କହୁଛନ୍ତି ଅନଲାଇନ କର ।


ଦାରିଙ୍ଗବାଡି,୧୬/୦୧:ମୋ ଟିଭି ଓଡିଶା:(ସୁଶାନ୍ତ କୁମାର ସାହୁ)


୪୬ ବର୍ଷୀୟା ଦିବ୍ୟାଙ୍ଗ ସୁକୁମାରୀ ନାୟକ ରୁହନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ବାଇମେଳା ସାହିରେ ହେଲେ ସୁକୁମାରୀ ହେଲେ ଜନ୍ମରୁ ଦିବ୍ୟାଙ୍ଗ l ପିତା ଦୀନବନ୍ଧୁ ନାୟକ ସୁକୁମାରୀ ଜନ୍ମ ହେବାଠାରୁ ଦୀନବନ୍ଧୁ ମୁଣ୍ଡରେ ଚିନ୍ତା ବଢ଼ି ଯାଇଥିଲା l ଦୀନବନ୍ଧୁ ଜଣେ ଦିନ ମଜୁରିଆ ଝାଟି ମାଟି ଘରେ ରହି ନିଜର ଦୁଇ ପୁଅ ଏବଂ ସୁକୁମାରୀ କୁ ବଡ କଲେ l ଦିନକୁ ଯାହା ରୋଗଗାର କରନ୍ତି ସେଥିରେ କଷ୍ଟେ ମସ୍ତେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳି ଯାଆନ୍ତି l ଦୀନବନ୍ଧୁ ଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ସରକାରଙ୍କ ପାଖରେ ଗୁହାରି କରି କରି ସୁକୁମାରୀ ପାଇଁ ବଡ଼ କଷ୍ଟରେ ଭତା ଖଣ୍ଡେ କରି ପାରିଥିଲେ ଏବଂ ସରକାର ରାସନ କର୍ଡ଼ ମାଧ୍ୟମରେ ଚାଉଳ ମିଳିଗଲା l

ହେଲେ ସେତିକିରେ ଘରେ ଚଳିବା କଷ୍ଟକର ହୋଇ ପଡ଼ିଥିଲା ଯାହାରି ଫଳରେ ପିଲା ମାନେ ଯେତିକି ସରକାରୀ ସ୍କୁଲ ରେ ପଢିବା କଥା ପଢିଲେ କିନ୍ତୁ ଉଚ୍ଚ ଶିକ୍ଷା ଲାଭ କରିପାରିଲେ ନାହିଁ । ବଡ଼ ପୁଅ ୧୬ ବର୍ଷ ବୟସରୁ ଦାଦନ ଖଟିବାକୁ ଯିବାକୁ ପଡିଲା l ପରେ ପରେ ପୁଅ ଝିଅ ବଡ଼ ହେଲେ ପୁଅ ବାହାରେ ରହି ରୋଜଗାର କଲା l ରୋଜଗାରିଆ ପୁଅ ଗାଁ ଆସି ବିବାହ କରିବା ପରେ ପରେ ବଡ଼ ପୁଅ ନିଜ ସ୍ତ୍ରୀ ପିଲା ଛୁଆ ଙ୍କୁ ଧରି ବାପା ମାଙ୍କ ଠାରୁ ଅଲଗା ହୋଇଗଲା l ଏପଟେ ଘରେ ରହିଲେ ଦିବ୍ୟାଙ୍ଗ ସୁକାରୀ ସହ ବାପା ,ମା ଏବଂ ସାନ ପୁଅ ରାଜୀବ ନାୟକ । କିଛି ଦିନ ପରେ ଦୀନବନ୍ଧୁ ଙ୍କ ପତ୍ନୀ ଙ୍କ ଦେହ ଖରାପ ହେହାରୁ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସାନ ପୁଅ ବଡ ହେବାରୁ ଘର ଛାଡ଼ି ସେ ବାଳିଗୁଡ଼ାରେ ରହି କାମକରି ସେଠାରେ ବିବାହ କରି ରହୁଥିବା ବେଳେ ଏବେ ବୁଢ଼ା ବାପା ସାଙ୍ଗରେ ରହୁଛନ୍ତି ।ସୁକୁମାରୀ ହେଲେ ଭଙ୍ଗା ଆଜେବେଷ୍ଟ ଘରେ ରହୁଛନ୍ତି l ବାପ ଝିଅ ସୁକୁମାରୀ ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାନାରେ ସାମିଲ କରିବା ପାଇଁ କହିଛନ୍ତି ଗ୍ରାମର ଗୁପ୍ତେଶ୍ଵର ମୁଖୀ, ବଳରାମ ମୁଖୀ, ଡଲିଆ ନାୟକ, ଇନ୍ଦ୍ରମଣି ମୁଖୀ ପ୍ରମୁଖ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ଦିବ୍ୟାଙ୍ଗ ସୁକୁମାରୀ ଘରଖଣ୍ଡେ ଯୋଗାଇ ଦେବା ପାଇଁ ।

Latest news
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ତାଳଚେର ଭାରତର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର। ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା ୨୮ ରେ “ଉତ୍କର୍ଷ ଓଡ଼ିଶା”-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୫ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ। ୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ। ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ । ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ବିଲ ମଝିରେ ଜଳିଗଲା ମୋଟର ସାଇକେଲ।