ମୋଟିଭି ଓଡିଶା : ଖୋର୍ଦ୍ଧା : ଆଜି ପବିତ୍ର ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଇଥାଏ । ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟା ରେ ଚାଷୀ ଧାନ କ୍ଷେତରେ ଧାନ ଅନୁକୂଳ କଲେ ଶୁଭଙ୍କର ବୋଲି ପୂର୍ବ ପୁରୁଷରୁ ବିଶ୍ୱାସ ଅଛି।
ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୋନାଲି ସାହୁ ଚାଷୀ ମାନଙ୍କ ସହିତ ମିଶି ଅକ୍ଷୀମୁଠି ଅନୁକୂଳ କରିଛନ୍ତି। ସୋନାଲି ସାହୁ ଲେଣ୍ଡୋ ଗ୍ରାମପଞ୍ଚାୟତ ଠାରେ ପହଞ୍ଚି ଚାଷୀ ମାନଙ୍କ ସହିତ ଧାନ ଜମିକୁ ଯାଇ ଧାନବୁଣି ଲଗଂଳ ଓ ଟ୍ରାକ୍ଟର ଧରି ହଳ କରୁଛନ୍ତି। ଅକ୍ଷୀ ମୁଠି ଅନୁକୂଳ କରି ସାରିବା ପରେ ସୋନାଲି ସାହୁ ସ୍ଥାନୀୟ ଅଂଚଳର ଚାଷୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ