January 22, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୂରସଂଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ


ଅଦ୍ୟ ତା – ୧୮/୦୧/୨୦୨୫ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର, ଆର୍ଯ୍ୟବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତୀୟ ଟେଲିକମ ପ୍ରାଧିକରଣଙ୍କ ସହାୟତାରେ “ବିକାଶ” ଅନୁଷ୍ଠାନ ବ୍ରହ୍ମପୁର,ଗଞ୍ଜାମ ଦ୍ଵାରା ସାଇବର ଅପରାଧ ଓ ଆଧୁନିକ ଟେଲିଫୋନ ଗ୍ରାହକଙ୍କ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସରସ୍ଵତୀ ଶିଶୁ ମନ୍ଦିରର ସମ୍ପାଦକ ତଥା ଜୀବନ ବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ସ୍ବାଗତ ଭାଷଣ ସହ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ମୋବାଇଲ ମାଧ୍ୟମରେ କିପରି ସାଇବର ଅପରାଧ ହେଉଛି ସେହି ବିଷୟରେ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀକୁ ଅବଗତ କରାଇଥିଲେ ।

ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ନଳିନୀ ରଥ ଟେଲିକମ ମୋବାଇଲର ଅପକାରିତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ‘ବିକାଶ’ ର ସମ୍ପାଦକ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଦାଶ ଗ୍ରାହକଙ୍କ ଅଧିକାର,ଠକାଇର ଶିକାର ଓ ସାଇବର ଅପରାଧ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ତତ୍ ସହିତ ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ଜିଓ ପ୍ରତିନିଧି ଶ୍ରୀ ବଳଭଦ୍ର ପ୍ରଧାନ, ବିଏସଏନଏଲର ଶ୍ରୀ ପ୍ୟାରି ମୋଦନ ସ୍ୱାଇଁ ଏୟାରଟେଲର ଶ୍ରୀ ହିମାଂଶୁ ପ୍ରଧାନ ପ୍ରମୁଖ ପ୍ରତିନିଧି ମାନେ ଉପସ୍ଥିତ ରହି ଟେଲିକମ ସେବାର ଉପାଦେୟତା ଏବଂ ସାଇବର କ୍ରାଇମ୍ ସମ୍ପର୍କିତ ନିରାପତ୍ତା ଉପରେ ଆଲୋଚନା କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ବିକାଶ ଅନୁଷ୍ଠାନ ତରଫରୁ TRAI ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଭିଡିଓ ମାଧ୍ଯମରେ ଆବଶ୍ୟକ ତଥ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ନିହାର ରଂଜନ ସାମନ୍ତସିଂହାର, ବିନୋଦ ବିହାରି ସେଠୀ, ପବିତ୍ର କୁମାର ରାଉତରାୟ, ଜିତେନ୍ଦ୍ର କୁମାର ପୃଷ୍ଟି, ଲଲାଟ କୁମାର ସାହୁ , ରୁବିନା ଭୋଳ, ବୈଶାଖି ପ୍ରଧାନ, ଶୁଭଶ୍ରୀ ଜେନା, ପ୍ରିୟଦର୍ଶିନୀ ସାହୁ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ ହୋଇଥିଲା।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news