କଳାହାଣ୍ଡି:୧୮/୦୧(ସନତ ପ୍ରଧାନୀ)
ଜୟପାଟଣା ବ୍ଲକ ବାପୁଜି ଯୁବକ ସଙ୍ଘ ଗୋଡଭଞ୍ଜ। ଆନୁକୂଲ୍ୟରେ ଗତ ୧୧ତାରିଖ ରୁ ଆରମ୍ଭ ହୋଇଥିବା ରତ୍ନୀ ତାଣ୍ଡି ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି।

ଉଦଯାପିତ ଖେଳ ରେ ମଞ୍ଚ ସଭାପତି ସମାଜସେବୀ ମନଧର ତାଣ୍ଡି ଙ୍କ ସଭାପତିତ୍ୱ ରେ ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ,ସମ୍ମାନିତ ଅତିଥି ଭାବେ କଂଗ୍ରେସ ନେତା ପ୍ରକାଶ ଦୁରିଆ, ପୂର୍ବତନ ସରପଞ୍ଚ ଦୀପଚନ ସାହୁ, ଅନ୍ତରାମ ବାଣୁଆ, ଧ୍ରୁବ ଚରଣ ସାହୁ ଭୈରବ ଜାଲ ସମେତ କୁଶ ତାଣ୍ଡି,ସିନ୍ଧୁସୁତା ଦେଇ, ଜାହ୍ନବୀ ତାଣ୍ଡି, ମଏନା ବେନୁପାଣି ମଞ୍ଚ ରେ ଉପସ୍ଥିତ ରହିବା ସହ ଉଦଯାପିତ ଟୁର୍ଣ୍ଣାମେଣ୍ଟ ର ଉଭୟ ଦଳ ପାଣିଗାଁ ଓ ମଣ୍ଡଳ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ଖେଳ କୁ ରେଫରି ପର୍ଶୁରାମ ବାଣୁଆ,ଯୁଗଳ କିଶୋର ଶବର, ଲାଇନ ମ୍ୟାନ ଜୟକର ଶବର, ତପନ ପୁଝାରି, ମାଧବ ପୁଝାରି ପ୍ରମୁଖ ପରିଚାଳନା କରିଥିଲେ। ବାଇକୁ ଜାଲ ଓ ଧନିଷ୍ଠ କଣ୍ଟା ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ।

ଚିତାକର୍ଷକ ଫାଇନାଲରେ ମଣ୍ଡଳ କୁ ହରାଇ ପାଣିଗାଁ ଦଳ ମ୍ୟାଚ ଚମ୍ପିୟାନ ହୋଇଥିଲେ । ପରେ ଉପସ୍ଥିତ ଅତିଥିମାନେ ବିଜେତା ପାଣିଗାଁ ଓ ଉପ ବିଜେତା ମଣ୍ଡଳ ଦଳ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ମ୍ୟାନ ଅଫ ଦ ମ୍ୟାଚ ମକରନ୍ଦ ରାଉତ (ପାଣିଗାଁ) ଓ ମ୍ୟାନ ଅଫ ଦ ଟୁର୍ଣ୍ଣା ମେଣ୍ଟ ଦୀପକ ଭୋଇ(ମଣ୍ଡଳ) ଖେଳାଳି ଙ୍କୁ ଦିଆଯାଇଛି। ରତ୍ନ ତାଣ୍ଡି ସ୍ମାରକୀ ଫୁଟବଲ ଖେଳ ପରିଚାଳନା ରେ ବୈବସୁତ ତାଣ୍ଡି,ଋଷିମଣି ବାଣୁଆ, ଯୁଗେଶ୍ୱର ରାଉତ, ତୋଫାନ ବାଣୁଆ, ପ୍ରତାପ ବାଣୁଆ, ଦେବେନ୍ଦ୍ର ବାଣୁଆ, ମାଧବ ମାଝୀ ପ୍ରମୁଖ ବାପୁଜି ଯୁବକ ସଙ୍ଘ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।