January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଗାଜାରେ ରବିବାରଠାରୁ ଯୁଦ୍ଧବିରତି ଆରମ୍ଭ ହୋଇଛି। ଚୁକ୍ତି ଅନୁଯାୟୀ ଗାଜାର ଶାସକ ହମାସ୍‌ ପ୍ରଥମ ଦିନରେ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ରବିବାର ରାତିରେ ମୁକ୍ତ କରିଛି। ସେମାନଙ୍କୁ ପ୍ରଥମେ ରେଡ୍‌କ୍ରସ୍‌କୁ ନିଆଯିବା ପରେ ଇସ୍ରାଏଲୀ ସେନାକୁ ଫେରୁଥିତ୍ବା ସୈନ୍ୟବାହିନୀ ପକ୍ଷରୁ ଘୋଷଣା କରାଯାଇଛି। ରବିବାର ସକାଳ ୮ଟା ୩୦ରୁ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାକୁ ଥିବାବେଳେ ହମାସ୍‌ ମୁକ୍ତ ହେବାକୁ ଥିବା ପଣବନ୍ଦୀଙ୍କ ନାମ ତାଲିକା ଦେଇ ନ ଥିବାରୁ ଏହା ୩ ଘଣ୍ଟା ବିଳମ୍ବ ହୋଇଥିଲା। ବିଳମ୍ବ ହେଲେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିବ ବୋଲି କହିଥିଲା। ଅସ୍ତ୍ରବିରତି ପୂର୍ବରୁ ଇସ୍ରାଏଲ୍‌ର ବୋମାମାଡ଼ରେ ୧୯ ଜଣଙ୍କ ମୃତ୍ୟୁ ଘଟିବା ସହ ୨୫ ଜଣ ଆହତ ହୋଇଥିଲେ।


୧୫ ମାସ ପରେ ଯୁଦ୍ଧ ବନ୍ଦ ହେବାକୁ ଯାଉଛି। ଅସ୍ତ୍ରବିରତି ଲାଗୁ ହେବା ପରେ ମାନବୀୟ ସହାୟତା ସାମଗ୍ରୀ ନେଇ ଆସିଥିବା ପ୍ରଥମ ଟ୍ରକ୍‌ ପାଲେଷ୍ଟିନୀୟ ଅଞ୍ଚଳରେ ପ୍ରବେଶ କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଆକ୍ରମଣ ସମୟରେ ଘରଦ୍ୱାର ଛାଡ଼ିଥିବା ପାଲେଷ୍ଟିନୀୟମାନେ ନିଜ ଅଞ୍ଚଳକୁ ଫେରିବା ଆରମ୍ଭ କରିଛନ୍ତି।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।