February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋଣାର୍କରେ ଆଜିଠୁ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ ।

ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ୨ ଦିନିଆ ଖଣି ସମ୍ମିଳନୀ ଅନୁଷ୍ଠିତ ହେଉଛି । ସମ୍ମିଳନୀର ଏହି ତୃତୀୟ ସଂସ୍କରଣ କୋଣାର୍କରେ ଆୟୋଜିତ ହେଉଛି । ବିକଶିତ ଭାରତ ୨୦୪୭ ଭିଜନ ସମନ୍ୱିତ ଦୁଇଦିନିଆ ଏହି ସମ୍ମିଳନୀରେ ସାମିଲ ହେବେ ୧୬ଟି ରାଜ୍ୟର ଖଣିମନ୍ତ୍ରୀ ।

ଏଥିସହିତ ଜାମୁ କାଶ୍ମୀରର ଉପ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହିବେ । ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ୟ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ରହିବ ଫୋକସ୍ । ସମ୍ମିଳନୀରେ ସାମିଲ ପାଇଁ ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ।

ଏହି ଅବସରରେ ରାଜ୍ୟ ଅତିଥି ଭବନରେ ରାଜ୍ୟ ଖଣି ମନ୍ତ୍ରୀ ଓ କେନ୍ଦ୍ର ଖଣି ମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ଖଣି ବିଭାଗର କାର୍ୟ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ରାଜ୍ୟର ଖଣିଜ ସମ୍ପଦର ଲାଭ, ସାରା ରାଜ୍ୟର ବିକାଶରେ ଉପଯୋଗ କରିବା ପାଇଁ ଏକ ରାଜ୍ୟ ସ୍ତରୀୟ ଖଣିଜ ପାଣ୍ଠି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଛଡା ରାଜ୍ୟରେ ଜରୁରୀକାଳୀନ ଭିତ୍ତିରେ ନୂତନ ୧୦ଟି ଖଣିଜ ବ୍ଲକ ନିଲାମ କରିବା ଉପରେ ନିର୍ଣ୍ଣୟ ନିଆଯାଇଛି।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।