ଚିଲିକାରେ ଇରାୱାଡି ଡଲଫିନ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ସାତପଡ଼ା ରେଞ୍ଜରେ ୮ ଟି ଟିମ୍ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ ୧୦ଟି ଟିମ୍ ମୋଟ୍ ୧୮ଟି ଟିମ୍ ଗଠନ ହୋଇଛି। ଗଣନା ପାଇଁ ପ୍ରତି ଟିମ୍ରେ ୫ରୁ ୬ ଜଣ ଗଣନାକାରୀଙ୍କ ସହିତ ଗବେଷକ ଓ ରସର୍ଚ୍ଚ ପର୍ସନ ଅଛନ୍ତି। ଏଥିରେ ୧୮ଟି ଡଙ୍ଗା ନିୟୋଜିତ ହୋଇଛି। ଏହି ଗଣନା ପାଇଁ ଶହେରୁ ଉଦ୍ଧ୍ୱର୍ ଗଣନାକାରୀ ନିୟୋଜିତ ହୋଇଛନ୍ତି। ୩ ଦିନ ଧରି ଏହି ଗଣନା କାର୍ୟ୍ୟ କରାଯିବ। ସକାଳ ୬ଟା ଦିବା ୧୨ଟା ପର୍ୟ୍ୟନ୍ତ ଏହି ଡଲ୍ଫିନ୍ ଗଣନା କରାଯିବ। ଗଣନା ସମୟରେ ଏପରିକି ଡଲ୍ଫିନ୍ ଚଳପ୍ରଚଳ କରୁଥିବା ସ୍ଥାନରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ରୋକୋ ଲଗାଇବା ସହିତ ପର୍ୟ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।
୨୦୨୧ରେ ଚିଲିକାରେ ୧୬୨ଟି ଇରାଓ୍ବାଡି ଡଲ୍ଫିନ୍ ଏବଂ ୨୬ଟି ବଟଲ-ନୋଜ ଡଲ୍ଫିନ ଥିବା ଚିହ୍ନଟ ହୋଇଥିଲା। ୨୦୨୨ରେ ଚିଲିକାରେ ୧୫୧ଟି ଇରାଓ୍ବାଡି ଡଲ୍ଫିନ୍ ଏବଂ ୧୬ଟି ବଟଲ-ନୋଜ ଡଲ୍ଫିନ୍ ଥିବା ଚିହ୍ନଟ ହୋଇଥିଲା। ୨୦୨୩ରେ ଚିଲିକାରେ ୧୫୪ଟି ଇରାଓ୍ବାଡି ଡଲ୍ଫିନ୍ ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲ୍ଫିନ୍ ଥିବା ଚିହ୍ନଟ ହୋଇଥିଲା। ୨୦୨୪ରେ ଚିଲିକାରେ ୧୫୫ଟି ଇରାଓ୍ବାଡି ଡଲ୍ଫିନ୍ ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲ୍ଫିନ୍ ଥିବା ଚିହ୍ନଟ ହୋଇଥିଲା।
ମୋ ଟିଭି ଓଡିଶା, ଚିଲିକା
More Stories
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।
ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ ।