ରାଜ୍ୟରେ ୧୭୫ ପୁରୁଷ ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ରାଜ୍ୟରେ ପ୍ରାୟ ୧୭୫ ପୁରୁଷ ମଧ୍ୟ ସୁଭଦ୍ରା ଆପ୍ଲିକାଣ୍ଟ ମଧ୍ୟରେ ରହିଛନ୍ତି । ସଟିଂ ବେଳେ ଏହି ଡାଟା ସାମ୍ନାକୁ ଆସିଥିଲା । ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ଏହା ସ୍ପଷ୍ଟ ହୋଇଥିଲା । ଯାହା ପରେ ସେମାନଙ୍କୁ ବାଦ୍ ଦିଆଯାଇଛି । ସେହିପରି ଯେଉଁ ମାନେ ମାଇଗ୍ରାଣ୍ଟ ଅଛନ୍ତି ଅର୍ଥାତ୍ ଯେଉଁ ଓଡିଆ ମହିଳା ମାନେ ଓଡ଼ିଶା ବାହାରେ ରହୁଛନ୍ତି ଏବଂ ସେମାନେ ସୁଭଦ୍ରା ଟଙ୍କା ପାଇବା ଯୋଗ୍ୟ ସେମାନେ ସୁଭଦ୍ରା ପାଇପାରିବେ । ତୁରନ୍ତ ଆଦେନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ।