January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଛତିଶଗଡ଼ରେ ଜୋରଦାର ଚାଲଛି ମାଓ ଅପରେସନ୍।

ଛତିଶଗଡ଼ ମେଟାଗୁଡେମ ଓ ଦୁଲେର ଗାଁ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବନ୍ଧୁକ କାରଖାନା ଠାବ । ବିପୁଳ ବିସ୍ଫୋରକ ସହ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ ହୋଇଛି । କୋବ୍ରା ଓ ସିଆରପିଏଫ ଯବାନ ଚଳାଇଛନ୍ତି ଅପରେସନ । ୨୧ଟି ଆଇଇଡି, ଗ୍ରେନେଡ ସହ ଗୋଳାବାରୁଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି । ଜେନେରେଟର, ୱେଲଡିଙ୍ଗ ମେଶିନ, ଲେଥ୍ ମେଶିନ ସାମଗ୍ରୀ ଜବତ ହୋଇଛି। ବନ୍ଧୁକ ତିଆରି ସରଂଜାମ ସହ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ସୁକୁମା ଜିଲ୍ଲା ମେଟାଗୁଡା ଓ ଦୁଲେଡ ଜଂଗଲରେ କୁମ୍ବିଂ ଅପରେସନ୍‌ ବେଳେ କୋବ୍ରା ଓ ସିଆରପିଏଫ୍ ଯବାନ ଏହି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ସେପଟେ ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଜଙ୍ଗଲରେ ମାଓବାଦୀ ମାନେ ଖଞ୍ଜିଥିବା ଲେଣ୍ଡମାଇନ ଉଦ୍ଧାର କରି ତାହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ଡିଆରଜି ଓ କୋବ୍ରା ବାହିନୀର ଯବାନ ମାନେ କୁମ୍ବିଂ ଅପରେସନ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ଡିଟେକ୍ଟର ସହାୟତାରେ ଏହି ଆଇଇଡି ଠାବ କରିଥିଲେ । ପରେ ଏହାକୁ ଅତି ସତର୍କତାର ସହ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ଦେଖନ୍ତୁ ସେହି ବିସ୍ଫୋରଣର ତୀବ୍ରତା କେମିତି ରହିଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଜଙ୍ଗଲ ଭିତରେ ଏହି ଆଇଇଡି ଲଗାଇଥିଲେ । ଏହି ଘଟଣା ପରେ ଯବାନଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ମୋ ଟିଭି ଓଡିଶା, ମାଲକାନଗିରି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।