ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ । ଦେଶ ପ୍ରେମ, ଦେଶ ଭକ୍ତିର ଏକ ଅସାଧାରଣ ଉଦାହରଣ ହେଉଛନ୍ତି ନେତାଜୀ । ତାଙ୍କର ଅଦ୍ଭୁତ ଦେଶଭକ୍ତି ହିଁ ତାଙ୍କୁ ଭାରତୀୟ ଇତିହାସରେ ସର୍ବଶ୍ରେଷ୍ଠ ସ୍ୱାଧିନତା ସଂଗ୍ରାମୀର ପରିଚୟ ଦେଇଛି । ସ୍ୱାଧୀନତା କ୍ଷେତ୍ରରେ ନେତାଜୀଙ୍କ ଅବଦାନ ଥିଲା ଅମୂଲ୍ୟ। ସେ ଭାରତ ମାତାର ସେବା ପାଇଁ ପ୍ରଶାସନିକ ଚାକିରି ଛାଡି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଧୀରେ ଧୀରେ ବ୍ରିଟିଶରଙ୍କ ବିରୋଧରେ ଦେଶର ଯୁବପିଢିଙ୍କୁ ଏକଜୁଟ କରାଇବାରେ ସଫଳ ହୋଇଥିଲେ ନେତାଜୀ। ତାଙ୍କ ଆହ୍ୱାନରେ କୋଟି କୋଟି ଯୁବପିଢି ଗୋରା ସରକାରଙ୍କ ବିରୁଦ୍ଧରେ ଲଢିବାକୁ ଆଗେଇ ଆସୁଥିଲେ।
ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ତାଙ୍କ ବିରତ୍ୱ କୋଟି କୋଟି ଯୁବ ଭାରତୀଙ୍କୁ ପ୍ରେରଣା ଯୋଗାଏ। ଅନେକ ଯୁବପିଢି ନେତାଜୀଙ୍କୁ ଆଦର୍ଶ ରୂପେ ଗ୍ରହଣ କରନ୍ତି। ଭାରତୀୟ ସେନାକୁ ଆହୁରି ପରାକ୍ରମୀ କରିବା ପାଇଁ ନେତାଜୀଙ୍କ ଉଦାହରଣ ଦିଆଯାଏ ଏବଂ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ରୂପେ ପାଳନ କରାଯାଏ। ନେତାଜୀଙ୍କ ଜନ୍ମ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୩କୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଉଛି। ଏହି ଅବସରରେ ଦେଶର ବୀର ପୁରୁଷ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଏ।
ଏହି ଅବସରରେ କଟକ ସତ୍ୟବ୍ରତ ଷ୍ଟାଡିୟମରେ ୩ ଦିନ ଚାଲିବ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ। ସ୍ଥାନ ପାଇବ ନେତାଜୀଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଦର୍ଶନୀ। ଆଜି ଏହି ପରାକ୍ରମ ଦିବସ କାର୍ୟ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନେତାଜୀଙ୍କ ଜୀବନୀ, ଫଟୋ ଗ୍ୟାଲେରି, ସେ ବ୍ୟବହାର କରୁଥିବା ଜିନିଷପତ୍ର,ଏଥିସହ ଭାରତ ବର୍ଷରେ ଥିବା ନେତାଜୀଙ୍କ ଭିନ୍ନ ଭିନ୍ନ ସୁନ୍ଦର ସ୍ମାରକୀ ଏଠାରେ ସ୍ଥାନ ପାଇବ। ଆସନ୍ତା ୨୫ ତାରିଖ ଯାଏ ଚାଲିବ ଏହି କାର୍ୟ୍ୟକ୍ରମ। ପରାକ୍ରମ ଦିବସର ମୁଖ୍ୟ ଆକର୍ଷଣ ସାଜିବ ନେତାଜୀଙ୍କ ଉପରେ ବାଲୁକା କଳା। ଯାହାର ଲମ୍ବା ୧୫ ଫୁଟ୍ ଥିବାବେଳେ ଚଉଡ଼ା ୩୦ ଫୁଟ ରହିବ। କୋଲକତା, ଦିଲ୍ଲୀ ପରେ ଚଳିତବର୍ଷ କଟକରେ ଅନୁଷ୍ଠିତ ହେଉଛି ପରାକ୍ରମ ଦିବସ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।