ମୁଁ ସେତେବେଳେ ମୃତ୍ୟୁକୁ ନେଇ ଅନେକ ତଥ୍ୟ ଦେଇଥିଲି ହେଲେ ତାହା ଆଇସୋଲେସନ୍ରେ ରହିଗଲା । ଏବେ ପୁଣି ତଥ୍ୟ ଦେଇଛି । ସେ ଦିଗରେ ତଦନ୍ତ କଲେ ଦୋଷୀ ଧରାପଡ଼ିବ । ବିଜେଡି ସରକାର ଥିବା ବେଳେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ନବବାବୁ । ସରକାରୀ ଗସ୍ତରେ ଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । ସଙ୍ଗେ ସଙ୍ଗେ ସେଠାରେ ସେ ଗୁରୁତର ହୋଇପଡିଥିଲେ । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଚିକିତ୍ସା ଲାଗି । ଡାକ୍ତର ସେଠାରେ ଇସିଜି କରିଥିଲେ..ହେଲେ ସେହି ଇସିଜି ରିପୋର୍ଟକୁ ନେଇ କେଁ ଦେଖାଦେଇଥିବା । ପରେ ପରେ ତଦନ୍ତଭାର ଯାଇଥିଲା କ୍ରାଇମବ୍ରାଞ୍ଚକୁ । ହେଲେ ବାବୁମାନେ କାହା ଚାପରେ କେମିତି ତଦନ୍ତ କଲେ ଯେ ଘଟଣାର ଦୁଇବର୍ଷ ପୂରିବାକୁ ବସିଲାଣି ହତ୍ୟା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ କିଏ ଥିଲେ ସେନେଇ କିଛି ଜଣାପଡ଼ିଲା ନାହିଁ । ଏବେ ସିବିଆଇ ତଦନ୍ତ ପାଇଁ ଦାବି ହେଉଛି । ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ଦାବି ହେଉଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।