ଚାଷୀଙ୍କୁ ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନୂଆ ସରକାର ନୂଆ ନୀତିରେ ଚାଲିବ । ମିଲର ମାନେ ଯେଉଁମାନେ ଅଧିକ କଟଣୀ ଛଟଣୀ କରୁଛନ୍ତି କଥା ମାନୁ ନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ଯେଉଁ ମିଲରମାନେ ସରକାର ନିୟମ ମାନିବେ ନାହିଁ, ମନମାନୀ କରିବେ ପୁରୁଣା ନୀତିରେ ଚାଲିବେ, ତାହା ଏବେ ଚଳିବ ନାହିଁ । ନୂଆ ସରକାର ନୂଆ ନୀତିରେ ଚାଲିବ କୃଷକମାନଙ୍କୁ ହଇରାଣ କଲେ ହେବ କାର୍ୟ୍ୟାନୁଷ୍ଠାନ । ଜାନୁଆରୀ ୩୧ ରେ ଇ କେୱାଇସି ଶେଷ ହେବ । ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କରିଛନ୍ତି ମନ୍ତ୍ରୀ । ବୋଧେ ଭୟରେ ଇ କେୱାଇସି ପାଇଁ ଆସୁନଥିବା ମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ସରେଣ୍ଡର କଲେ ଭଲ, ବ୍ଲକରେ ୨୦୦ ରୁ ୩୦୦ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ସରକାରୀ ଚାକିରୀ କରି ହାତେଇଛନ୍ତି ରାସନ କାର୍ଡ, ସେମାନେ ଶୀଘ୍ର ସରେଣ୍ଡର କଲେ ଭଲ ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।