January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ

ଭୁବନେଶ୍ଵର/ବରଗଡ଼: ୨୩/୦୧/୨୦୨୫

ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ  ଶ୍ରୀମତୀ  ଅନୁ ଗର୍ଗ ଆଜି ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି  ପରିପ୍ରେକ୍ଷୀରେ ସେ ବରଗଡ଼ ଜିଲ୍ଲାର  ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଅତିରିକ୍ତ ଆୟକଟ ଅଞ୍ଚଳ(ସେଚାଞ୍ଚଳ)କୁ  ଜଳସେଚନ  ସୁବିଧା ଯୋଗାଉଥିବା  ପମ୍ପ ହାଉସ୍ ପରିଦର୍ଶନ କରିଥିଲେ ।

ଏହି ଅବସରରେ ସେ  କେତେକ ପାଣି ପଞ୍ଚାୟତର  କର୍ମକର୍ତ୍ତା  ସମେତ ଏହାର ମହିଳା କର୍ମକର୍ତ୍ତାମାନଙ୍କ ସହ ପାଣି ପଞ୍ଚାୟତର ପରିଚାଳନା ସଂପର୍କରେ  ଆଲୋଚନା କରି ରହୁଥିବା ସମସ୍ୟାର ସମାଧାନ  ଦିଗରେ ଆବଶ୍ୟକ ପରାମର୍ଶ ଦେଇଥିଲେ । 

ଉନ୍ନୟନ କମିଶନର ଏହି ପ୍ରକଳ୍ପ ଅଧିନରେ ଡୁମେରପାଣି ଓ ସରଣ୍ଡାପାଲି ଠାରେ ଯଥାକ୍ରମେ  ୨୦ ହେକ୍ଟର ଏବଂ ୨ ହେକ୍ଚର ଚକ ଜମିକୁ ସୁବିଧାରେ ପାଣି ମାଡ଼ିବା ନେଇ ଫ୍ଲସିଂ ଆଉଟ୍ କାର୍ଯ୍ୟ  ପରିଦର୍ଶନ କରିଥିଲେ । ଏହି ପ୍ରକଳ୍ପରେ ଆଗାମୀ ଖରିଫ ଋତୁରେ ଅତିରିକ୍ତ ଆୟକଟର ସମୁଦାୟ ୫୭୫୦ ହେକ୍ଟର ଜମିକୁ ଜଳସେଚନ କରାଯିବ । ଏହି ଜଳ ପରିଚାଳନା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ନିୟନ୍ତ୍ରିତ ( ସ୍କାଡା) ସକ୍ଷମ ବ୍ୟବସ୍ଥା । ଚଳିତ ରବି ଋତୁରେ ଏହି ଆୟକଟରେ ୨୦୦୦ ହେକ୍ଟର ଜମିକୁ ପରୀକ୍ଷାମୂଳକ ଜଳସେଚନ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।