February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବାରୁ ବଞ୍ଚିଗଲା ୩ ବର୍ଷର ଶିଶୁର ଜୀବନ ।

ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଯାଉ ଖାଇ ୨ ଜଣ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ୬ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି ।


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)

ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଯାଉ ଖାଇ ୨ ଜଣ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ୬ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି ।

ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମୃତ ରମିତା ପାଟମାଝୀ ଙ୍କ ୩ ବର୍ଷ ୭ ମାସର ପୁଅ ରେହେମାନ ପାଟମାଝୀ । ମଙ୍ଗଳବାର ଦିନ ୧୧ ଟା ସମୟ ରେ ଆମ୍ବ ଟାକୁଆ ୨ ପରିବାର ରେ ଥିବା ୮ ଜଣ ମହିଳା ଭାଗ କରି ଖାଇଥିଲେ । ହେଲେ ରମୀତା ଙ୍କ ପୁଅ ଅଙ୍ଗନବାଡ଼ି ଯାଇଥିବା ଯୋଗୁଁ ସେ ଏହି ଟାକୁଆ ଖାଇବାରୁ ବଞ୍ଚିତ ହୋଇଥିଲେ । ଅଙ୍ଗନବାଡି ରୁ ପୁଅ ଆସିଲା ବେଳେ ସମସ୍ତେ ଆମ୍ବ ଟାକୁଆ ଯାଉ ଖାଇସାରି ଥିଲେ ।

ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଶିଶୁ । ମୃତ ରମିତା ଙ୍କ ଆଉ ଗୋଟେ ୬ ମାସର ଝିଅ ଘରେ ଥିବା ବେଳେ ପିଲା ଛୋଟ ଥିବା ଯୋଗୁଁ ତାକୁ ଟାକୁଆ ଯାଉ ଖାଇବାକୁ ଦେଇନଥିଲେ। ନହେଲେ ଅକାଳରେ ୨ ଶିଶୁଙ୍କ ଜୀବନ ଚାଲି ଯାଇଥାନ୍ତା । ଏହି ୨ ମା ଛେଉଣ୍ଡ ଶିଶୁ ଙ୍କୁ ସରକାର ଙ୍କ ପକ୍ଷରୁ ଥଇଥାନ କରିବା ସହ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।