ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ନିସ୍ତୁକ ମାଡ଼
ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ମାଡ଼ ?
ମାଡ଼ ଭୟରେ ଅଧିକାଂଶ ଛାତ୍ର ଛାତ୍ରୀଙ୍କୁ ଜ୍ଵର ।
ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:୧୨/୦୯(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ଠାରେ ରହିଛି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଋତୁଙ୍ଗିଆ
ବୁଧବାର ଦିନ ମଧ୍ୟାନ ଭୋଜନ ଖାଇ ସାରିବା ପରେ ପିଲା ହସିବା କୁ ନେଇ ମାଡ଼ ।ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ବର୍ତମାନ ମାଡ଼ ଭୟରେ ଅଧିକାଂଶ ଛାତ୍ର ଛାତ୍ରୀ ଙ୍କୁ ଜ୍ଵର ଏଭଳି ମାଡ଼ ମାରିଲେ ପିଟି ଶିକ୍ଷକ ବିକ୍ରମ କେଶରୀ ବେହେରା ପାଞ୍ଚ ଜଣ ଛାତ୍ରୀ ବୁଡ଼ାଗୁଡା ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସିତ ।

ଡକ୍ଟର ଦିଲ୍ଲୀପ କୁମାର ନାୟକ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ଜଣା ପଡ଼ିଛି ସେମାଙ୍କ ଜଙ୍ଘ ଏବଂ ପିଚାରେ ମାଡ଼ ହୋଇ ଥିବା ସ୍ଥାନରେ କଳା ଦାଗ ରହିଥିବା ନର୍ସିଂ ପଦ୍ମିନୀ ପ୍ରଧାନ କହିଛନ୍ତି। ସେମାନେ ହେଲେ ବୁଡ଼ାଗୁଡା ପଞ୍ଚାୟତ ବୋୖଉଦୁଙ୍ଗିଆ ଗ୍ରାମର ସମୀର ନାୟକ ଙ୍କ ଝିଅ ମନଷ୍ମୀନି ନାୟକ ଅଧିକା ମାଡ ହେବା ସହିତ ରାତ୍ର ସାରା ଜ୍ଵର ହେଉଥିବା କହିଛନ୍ତି l

ସମୀର ତେବେ ସେମାନଙ୍କ ଭିତରେ ଅଛନ୍ତି ଛାତ୍ରୀ ସପୂର୍ଣା ବଳିଆରସିଂ, ମନଷ୍ମୀନି ନାୟକ, ଶୁଭସ୍ମିତା ନାୟକ, ରାନିତା ଅଧିକାରୀ, ଗ୍ଲୋରିୟା ଲିମା ଏମାନଙ୍କୁ ମଧ୍ୟ ଜୋର ମାଡ଼ ହୋଇଥିବା କହିଛନ୍ତି ଛାତ୍ରୀମାନେ । ଏ ନେଇ ଅଭିଭାବକ ମାନେ ଥାନାରେ ଶିକ୍ଷକ ଙ୍କ ନାମରେ ଅଭିଯୋଗ ଦେବେ ବୋଲି କହିଛନ୍ତି ସମୀର ନାୟକ , ଖବର ଲେଖା ସୁଧା ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।