ମୋ ଟିଭି ଓଡିଶା ବ୍ୟୁରୋ : ତେଲୁଗୁ ଅଭିନେତା ନାଗାର୍ଜୁନ ଅକ୍କିନେନିଙ୍କ ଘରେ ଚାଲିଛି ବୁଲଡୋଜର। ଯଦିଓ ଏହା ତାଙ୍କ ବାସଭବନ ନୁହେଁ, ତେବେ ୧୦ ଏକର ଜାଗାରେ ତିଆରି ହୋଇଥିବା ନାଗାର୍ଜୁନଙ୍କ ଏନ. କନଭେନ୍ସନ ହଲକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ହାଇଦ୍ରାବାଦ ବିପର୍ଯ୍ୟୟ ପରିଚାଳନା ଏବଂ ସମ୍ପତ୍ତି ସଂରକ୍ଷଣ ସଂସ୍ଥା(ଏଚଓ୍ବାଇଡିଆରଆରଏ) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସର୍ବସାଧାରଣ ଜାଗାକୁ ଦଖଲ କରି ନିର୍ମାଣ ହୋଇଥିବାରୁ ଏହା ବେଆଇନ ବୋଲି କହିଛି ଏଚଓ୍ବାଇଡିଆରଆରଏ। ଅନ୍ୟପଟେ ପ୍ରଶାସନର ଏପରି ପଦକ୍ଷେପକୁ ନେଇ ନାଗାର୍ଜୁନ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି, ତାଙ୍କ କନ୍ଭେନସନ ହଲ୍ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ। ତାଙ୍କୁ କୌଣସି ସୂଚନା ଦିଆ ନ ଯାଇ ଘର ଭଙ୍ଗାଯାଇଛି। ଏ ନେଇ ସେ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।