February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମ.ରାମପୁର ନିକଟରେ ଗଛ ରେ ପିଟିହେଲା କାର, ଜଣେ ଯୁବତୀ ମୃତ, ଡ୍ରାଇଭର ଗୁରୁତର।

କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ରାମପୁର - ଭବାନୀପାଟଣା ରାସ୍ତା ଗୋବର ବାହାଲୀ ଜୋର୍ ନିକଟରେ ଏଭଳି ଘଟଣା ଘଟିଛି ।

କଳାହାଣ୍ଡି:୩୧/୧୦:
ଖବରଦାତା—ସନତ କୁମାର ପ୍ରଧାନୀ

ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହେଲା ହୁଣ୍ଡାଇ କାର । ଏହି ଦୁର୍ଘଟଣାରେ ଜଣେ ଝିଅର ମୃତ୍ୟୁ ହେଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି ।

ମୃତକ ରାମପୁର ଜଗନ୍ନାଥ ମନ୍ଦିର ପଡ଼ାର ମାମୁନି ମାଝୀ(୨୦) ଓ ଗାଡ଼ି ଚାଳକ ସୁବ୍ରତ ଘିଭେଲା(୨୩) ବୋଲି ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ରାମପୁର – ଭବାନୀପାଟଣା ରାସ୍ତା ଗୋବର ବାହାଲୀ ଜୋର୍ ନିକଟରେ ଏଭଳି ଘଟଣା ଘଟିଛି ।


ସୂଚନା ମୁତାବକ, ରାମପୁର ଜଗନ୍ନାଥ ମନ୍ଦିର ପଡ଼ାର ମାମୁନି ମାଝୀ ଓ ଗାଡ଼ି ଚାଳକ ସୁବ୍ରତ ଘିଭେଲା ଏକ ହୁଣ୍ଡାଇ କାରରେ ଭବାନୀପାଟଣା ପଟେ ଯାଉଥିଲେ । ଏହି ସମୟରେ ଗାଡ଼ିର ଡ୍ରାଇଭର ସୁବ୍ରତ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଇଥିଲେ । ଫଳରେ ଗଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ଜୋର୍‌ରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ହିଁ ମାମୁନିର ମୃତ୍ୟୁ ହେଇଥିବା ବେଳେ ଗାଡ଼ିର ଚାଳକ ଗୁରୁତର ହୋଇଥିଲେ । ଏହା ଦେଖି ତୁରନ୍ତ ସ୍ଥାନୀୟଲୋକେ ରାମପୁର ପୋଲିସକୁ ଖବର ଦେବା ସହ ଚାଳକ ଏବଂ ମୃତ ଝିଅଟିକୁ ଗାଡ଼ିରୁ ଉଦ୍ଧାର କରିଥିଲେ ।

ମୃତ ଶରୀରକୁ ବାହାର କରିବାକୁ ଅନେକ ସମୟ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଚାଳକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ମୃତଦେହକୁ ଜବତ କରି ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ରାମପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।