MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁ କୁ ଫେରୁଛି ମୃତଦେହ


ମୋ ଟିଭି ଓଡିଶା / କଳାହାଣ୍ଡି : ୨୩/୦୭


କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜଲତାମୁଣ୍ଡା ଗ୍ରାମର ଜଣେ ଶ୍ରମିକ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଥିବା ଜଣାପଡିଛି। ମୃତ ଶ୍ରମିକ ଗ୍ରାମର କ୍ଷିରସିନ୍ଧୁ ନିଆଲ(୨୮) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ସପ୍ତାହ ତଲେ କ୍ଷିରସିନ୍ଧୁ ଗ୍ରାମର କିଛି ଲୋକଙ୍କ ସହିତ ଦାଦାନ ଖଟିବାକୁ ଯାଇ ସୁଦୁର ହାଇଦ୍ରାବାଦ ସହରର ଜୁବଲିହିଲ ଠାରେ ଶ୍ରମିକ ଭାବରେ ଏକ ବିଲ୍ଡିଂ କାର୍ଯ୍ୟରେ ନିୟୋଜିତ ରହିଥିଲେ। ତେବେ ସୋମବାର ମଧ୍ୟାହ୍ନରେ କାମ କରୁଥିବା ସମୟରେ ହଠାତ୍ ସେଟ୍ରିଂ ଭୁଷୁଡି ପଡିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସାଥି ଶ୍ରମିକ ମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରୋଜଗାରିଆ ପୁଅର ମୃତ୍ୟୁ ପରେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଥିବାବେଳେ ଏହି ଖବର ପ୍ରଚାରିତ ହେବାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଜୁବଲିହିଲ ସ୍ଥିତ ଏକ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ମୃତ କ୍ଷିରସିନ୍ଧୁଙ୍କ ଶବ ନିଜ ଭିଟାମାଟିକୁ ମଙ୍ଗଳବାର ଦିନ ଫେରିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି। କ୍ଷିରସିନ୍ଧୁଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁକାନ୍ତି ସହ ଦୁଇ ନାବାଳକ ଲକ୍ଷ୍ମୀକାନ୍ତ (୬) ଓ ମନିଷ ନିଆଲ(୩) ପରିବାରରେ ରହିଛନ୍ତି। ଏକମାତ୍ର ରୋଜଗାରିଆ ବ୍ୟକ୍ତିର ଅଚାନକ ମୃତ୍ୟୁ ଖବରକୁ ନେଇ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।