MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର, ଚାଲିଗଲା ଜୀବନ

ମୋ ଟିଭି ଓଡିଶା / ବାଲିଆପାଳ : କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରାକ୍ଟର। ଘଟଣା ସ୍ଥଳରେ ଜଣେ ଛାତ୍ରୀ ମୃତ ଓ ଜଣେ ଗୁରୁତର। ମୃତା ଲଙ୍ଗଳେଶ୍ୱର କଲେଜର ଦ୍ଵିତୀୟ ବର୍ଷର ଛାତ୍ରୀ ରଶ୍ମିତା ବୋଲି ଜଣାଯାଇଛି। ଗୁରୁତର ଛାତ୍ରୀଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବାଲିଆପାଳ ଥାନା ଦକ୍ଷିଣ ମହାବଳା ଛକରେ ଘଟିଛି ଦୁର୍ଘଟଣା। ସାଇକେଲ ଯୋଗେ ଦୁଇଜଣ ଛାତ୍ରୀ କଲେଜ ଯିବା ସମୟରେ ପଛପଟୁ ଚଢ଼ିଯାଇଥିଲା ଟ୍ରାକ୍ଟର। ଘଟଣାସ୍ଥଳରେ ବାଲିଆପାଳ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଟ୍ରାକ୍ଟର ଜବତ କରିଛି। ଏଣେ ଡ୍ରାଇଭରଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।