February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କେୟାର ସିୟୋର ଆଣ୍ଡ କେୟାର ପକ୍ଷରୁ ଆୟୁର୍ବେଦିକ ଓ ଫିଜିଓଥେରାପି ଚିକିତ୍ସା ଉପରେ ଦିନିକିଆ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ।


ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ପାନ୍ଥନିବାସ ଠାରେ ଡଃ ବିଶ୍ୱନାଥ ମାଝିଙ୍କ ସହଯୋଗ ରେ ଦିନିକିଆ ଆୟୁର୍ବେଦିକ ଓ ଫିଜିଓଥେରାପି ଚିକିତ୍ସା ଉପରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଡଃ ବିଶ୍ୱନାଥ ମାଝିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଗଂରାଜ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତାରା ପ୍ରସାଦ ପଟ୍ଟନାୟକ, ବିଜେପି ମଣ୍ଡଳ ସଭାପତି ପୂର୍ଣ୍ଣ ଚନ୍ଦ୍ର କଳସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।ବିଭିନ୍ନ ରୋଗର ନିରାକରଣ ଆୟୁର୍ବେଦିକ ଓ ଫିଜିଓଥେରାପି ଉପରେ କିଭଳି ଉପଶମ ହୋଇପାରିବ ସେ ସଂମ୍ପର୍କରେ ଆଲୋଚନା କରି ରୋଗି ମାନଙ୍କୁ ମେଡିସିନ ଓ ଫିଜିଓଥେରାପି ଉପରେ ସମ୍ୟକ ଉପଦେଶ ପ୍ରଦାନ କରାଯାଇଥିଲା।ଜଣେ ରୋଗୀ କମ ଖର୍ଚ୍ଚରେ କିଭଳି ଆରୋଗ୍ୟ ଲାଭ କରି ପାରିବ ଡଃ ମାଝି ସେ ସଂମ୍ପର୍କରେ ଆଲୋକପାତ କରାଇଥିଲେ ଏବଂ ରୋଗୀ ମାନଙ୍କୁ କିଭଳି ତାଙ୍କ ଘରେ ପହଞ୍ଚି ସେମାନଙ୍କୁ ଚିକିତ୍ସା କରାଇ ଭଲ କରିହେବ ସେ ସଂମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ।ବିଭିନ୍ନ ରୋଗ ସମ୍ବନ୍ଧୀୟ ଏକ ଟୁଲକିଟକୁ ଉନ୍ମୋଚିତ କରିଥିଲେ ଉପସ୍ଥିତ ଅତିଥିମାନେ।ପାରାଲିସିସ,ଆଣ୍ଠୁଗଣ୍ଠି ବାତ,ଶ୍ୱାସ, ଆଜମା ଭଳି ବହୁ ମାରାତ୍ମକ ରୋଗକୁ ଆୟୁର୍ବେଦିକ ମେଡିସିନ ସହିତ ଫିଜିଓଥେରାପି ମାଧ୍ୟମରେ କିଭଳି ଦୂର କରିଛନ୍ତି ସେ ନେଇ ଡଃ ମାଝି ମତବ୍ୟକ୍ତ କରିଥିଲେ।ଡଃ ମାଝୀଙ୍କ ପାଖରେ ଚିକିତ୍ସିତ ହୋଇ ଭଲ ହୋଇଥିବା ରୋଗୀ ମାନେ ଉପସ୍ଥିତ ରହି ସେମାନଙ୍କ ରୋଗକୁ ଡଃ ମାଝୀ କିଭଳି ଚିକିତ୍ସା ମାଧ୍ୟମରେ ଭଲ କରିଛନ୍ତି ସେ ନେଇ ସେମାନେ ନିଜ ନିଜର ମତ ରଖିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।