MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାଠପଢ଼ା ଛାଡି ମଦ କୋଠି ରେ ମାତାଲ ଶିକ୍ଷକ

ଶିକ୍ଷକଙ୍କ ମଦ ପିଉ ଥିବା ଭିଡିଓ ଭାଇରାଲ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ।

ପାଠପଢ଼ା ଛାଡି ମଦ କୋଠି ରେ ମାତାଲ ଶିକ୍ଷକ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଏସଏମଡିସି ମେମ୍ବର।

କଳାହାଣ୍ଡି:୨୪/୧୦(ମୋ ଟିଭି ଓଡିଶା)
ରିପୋର୍ଟ—ସନତ କୁମାର ପ୍ରଧାନୀ


ଶିକ୍ଷକଙ୍କ ମଦ ପିଉ ଥିବା ଭିଡିଓ ଭାଇରାଲ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ।

କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା କାସିବାହାଲ କ୍ଲଷ୍ଟର ଧନସରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜୈନେକ ଶିକ୍ଷକ ଦିବ୍ୟଲାଲ ଛତ୍ରିଆ ସ୍କୁଲ କୁ ଆସି ପିଲା ଙ୍କୁ ପାଠ ପଢ଼ାଇବା ଛାଡି ବିଦ୍ୟାଳୟ ନିକଟରେ ଥିବା ଏକ ମଦ କୋଠି ରେ ଖୁଲାମଖୁଲା ମଦ ଆସର ଜମାଇ ମାତାଲ ହୋଇଥିବାର ଦୃଶ୍ୟ କୁ କିଛି ସ୍ଥାନୀୟ ଲୋକେ ମୋବାଇଲ ରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ରେ ଭାଇରାଲ କରିଛନ୍ତି।

ଶିକ୍ଷକ ସ୍କୁଲ କୁ ଆସି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାହାରୁ ଆସୁଛି କହି ମଦକୋଠିରେ ବସି ମଦ ପିଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି। ଯାହାକୁ ନେଇ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ପରିଚାଳନା କମିଟି ପକ୍ଷରୁ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ମଧ୍ୟ ଶିକ୍ଷକ ଅନେକ ସମୟରେ ମଦ ପିଇ ସ୍କୁଲ ଆସୁଥିବା ଓ ବିଶୃଙ୍ଖଳା କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ପରିଚାଳନା କମିଟି ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କ ଉପରେ ଭରସା ତୁଟେଇ କ୍ଷୋଭ ପ୍ରକାଶ କରିଛନ୍ତି।

ଯେଉଁ ଶିକ୍ଷକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ବଦଳ ରେ ସିଏ ମଦ କୋଠି ଓ ଗାଁ ଦାଣ୍ଡରେ ଗଡିବ ସେଭଲି ଶିକ୍ଷକଙ୍କ ଠାରୁ କଣ ଶିକ୍ଷାଲାଭ କରିବେ ଛାତ୍ର ଛାତ୍ରୀ ସେନେଇ ଉଦବେଗ ପ୍ରକାଶ ପାଇଛି। ଏଭଳି ଶିକ୍ଷକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହିତେଶ ଶତନାମୀ, ତ୍ରିଲୋକ୍ୟ ଶତନାମୀ, ଜଗନ୍ନାଥ ଶବର, ଭୁବନେ ଜାଲ, ପ୍ରେମଲାଲ ଶତନାମୀ, ଗିରିଶ ଗ୍ରିତଲହରେ, ନାରାୟଣ ବେମାଲ, ଝଜ ପୁଝାରୀ ପ୍ରମୁଖ ଦାବୀ କରିଛନ୍ତି।

ଏ ନେଇ ବ୍ଲକ ଶିକ୍ଷାଧିକାରିଣୀ ରଶ୍ମିତା ନେତାମ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ଟି ଆମ ନଜର କୁ ଆସିଛି,ଭିଡିଓ କ୍ଲିପ ମଧ୍ୟ ମୁଁ ଦେଖିଛି ଏହା ଉପରେ ବିଭାଗୀୟ ତଦନ୍ତ ଚାଲିଛି। ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଶିକ୍ଷକ ଙ୍କ ବିରୋଧ ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।