MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିପଦକୁ ଆମନ୍ତ୍ରଣ କରୁଛି ରାସ୍ତାରେ ଭାଙ୍ଗି ପଡିଥିବା ଗଛ।

ମୋଟିଭି ଓଡିଶା : କଳାହାଣ୍ଡି : ୦୬/୦୫ : କୋକସରା ବ୍ଲକ କୋକସରା ସଦର ମହକୁମା ଠାରୁ ବେହେରାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାର କୋକସରା ଶିଶୁ ମନ୍ଦିର ନିକଟରେ ଗତ ୫ ତାରିଖ ଅପରାହ୍ନରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଏକ ବମୁର ଗଛ ରାସ୍ତା କୁ ଅବରୋଧ କରି ଭାଙ୍ଗି ପଡିଛି। ତେବେ ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ସଂଖ୍ୟକ ଗାଡିମୋଟର ଯାତାୟାତ ହେଉଥିବା ବେଳେ ରାସ୍ତା ମଝିରେ ଗଛ ପଡି ରହିଥିବା କାରଣରୁ ଅନେକ ସମୟରେ ବାଇକ ଚାଳକ ମାନେ ଦୁର୍ଘଟଣା ହେଉଥିବା ଜଣାପଡିଛି।

ଘଟଣାକୁ ଏକ ସପ୍ତାହ ହୋଇଥିଲେ ମଧ୍ୟ ଗଛଟି ରାସ୍ତାକୁ ଅବରୋଧ କରି ରଖିଛି। ଅନ୍ୟପଟେ ପୂର୍ତ୍ତ ବିଭାଗ ଦ୍ଵାରା ଲଗା ହୋଇଥିବା ଏକ ସରକାରୀ ଯୋଜନାର ହୋଡ଼ିଂ ମଧ୍ୟ ସେହି କାଳବୈଶାଖୀ ପବନରେ ରାସ୍ତା ଉପରେ ସେହି ଦିନ ଠାରୁ ପଡି ରହିଛି। ଫଳରେ ରାସ୍ତାରେ ଯାଉଥିବା ବାଇକ ଚାଳକ ମାନେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେଉନାହିଁ, ଏଣୁ ପୂର୍ତ୍ତ ବିଭାଗ ରାସ୍ତା ରେ ପଡି ରହିଥିବା ଗଛ ଓ ହୋଡ଼ିଂ କୁ ହଟାଇବାକୁ ସାଧାରଣରେ ଦାବି ହେଉଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।