MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାରିବାରିକ କଳହ ବାପ ପୂଅ ମଧ୍ୟରେ ବୋମାମାଡ।

ମୋ ଟିଭି ଓଡିଶା / ଖୋର୍ଦ୍ଧା : ୧୨/୦୭

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପରିବାର ମଧ୍ୟରେ ବାପା ପୁଅ ମଧ୍ୟରେ ବୋମା ମାଡ ହୋଇଥିବା ଜଣାପଡିଛି। ଯେଉଁଥିରେ ପୁଅର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ସଠ ରାଉତରାୟଙ୍କ ପରିବାର ବହୁ ବର୍ଷ ଧରି ରହିଆସୁଥିଲେ। ସଠଙ୍କ ଦୁଇ ପୁଅ ମଧ୍ୟରେ ଅନେକ ଦିନ ହେବ ବାଦ ବିବାଦ ଲାଗି ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବାପା ଓ ସାନ ପୁଅଠାରୁ ବଡ ପୁଅ ଅଲଗା ରହିଆସୁଥିଲେ। ସେହି ଦିନ ଠାରୁ ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିଲା।
କିନ୍ତୁ ଆଜି ଏହି କଳହ ଭୀଷଣ ରୂପ ନେଇଥିଲା। ପରିବାର ମଧ୍ୟରେ ବୋମା ମାଡ ଘଟି ସାନ ପୁଅ କାଳିଆ ରାଉତରାୟ (୪୨) ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସଠ ରାଉତରାୟଙ୍କୁ ପୋଲିସ ଅଟକ ରଖିଛି। କିନ୍ତୁ ବାପା ଓ ସାନ ପୁଅ ଏକାଠି ରହୁଥିବା ବେଳେ ଏହି ବୋମା ମାଡ କିଏ କରିଛି, ତାହା ଉପରେ କୌଣସି ଖବର ମିଳିନାହିଁ। ପୋଲିସ ବର୍ତ୍ତମାନ ମୃତଦେହ ଜବତ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରୁଥିବା ଜଣାପଡିଛି। ଏନେଇ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।