ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ଚାଷ ଜମିରେ ରହିଥିବା ଗୋଟିଏ ଧାନ ଗଦାରେ ଅଗ୍ନିକାଣ୍ଡ ଘଟି ଦେଢ଼ ଏକର ଚାଷ ଜମିର ଧାନ ଫସଲ ପୋଡି ପାଉଁଶ ହୋଇଯାଇଛି l ଗ୍ରାମର ଭଗବାନ ମହାନ୍ତି ନାମକ ଚାଷୀ ନିଜ ଧାନ ଫସଲ କୁ କାଟି ସମ୍ଭାବ୍ୟ ବର୍ଷା କୁ ଦୃଷ୍ଟିରେ ରଖି ଚାଷ ଜମିରେ ଅମଳ ପାଇଁ ଗଦା କରି ରଖିଥିବା ବେଳେ ଧାନ ଗଦାରେ ନିଆଁ ଲାଗି ଥିବା କିଛି ଲୋକ ଦେଖି ନିଆଁକୁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l

ଖବରପାଇ ବୁଗୁଡ଼ା ଅଗ୍ନିଶମ ବିଭାଗର ଦୁଇଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ ମଧ୍ୟ ଧାନ ଗଦାଟି 70ଭାଗ ପୋଡି ପାଉଁଶ ହୋଇଯାଇଛି l ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଧାନ ଗଦାରେ କେହି ନିଆ ଲଗାଇଦେଇଥିବା ଅନୁମାନ କରାଯାଉଛି l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।