MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା, ୨ ଯୁବକ ଆହତ।

କଳାହାଣ୍ଡି:୩୧/୦୮(ସନତ କୁମାର ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଦେଇ ପୁଝାରିଗୁଡା ଯାଉଥିବା ଏକ ଘରୋଇ ବସ ସହିତ କୁଶମାଲ ଛକ ନିକଟରେ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ରେ ଥିବା ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି। ଗୁରୁତର ଯୁବକ ମାନେ ହେଲେ ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମ ର ଗୟାଧର ଲୁହାର(୨୫) ସୁବୋଧ ଭୋଇ(୩୦) ବୋଳି ଜଣାପଡିଛି।

ସେମାନେ ଜୟପାଟଣା ବ୍ଲକ ଘଣ୍ଟିଗୁଡା କୁ କୌଣସି କାମ ରେ ଯାଇ ଫେରୁଥିବା ବେଳେ ବସ ସହ ଦୁର୍ଘଟଣା ଘଟିଥିଲା। ଆହତ ଯୁବକ ଙ୍କୁ ବସ କଣ୍ଡକ୍ଟର ଏକ ବୋଲେରୋ ଗାଡି ରେ ଆଣି କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତେବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘରୋଇ ବସ କୁ ଜୟପାଟଣା ପୋଲିସ ର ଜିମା ଦେଇଥିବା ସୁଚନା ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।