MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋକସରା ଗ୍ରାମ ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ।

କଳାହାଣ୍ଡି:୦୬/୦୧ : (ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବ୍ଲକ ର ପ୍ରତି ପଞ୍ଚାୟତ ରେ ପ୍ରତି ସୋମବାର ଜନ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି କୋକସରା ବ୍ଲକ ର କୋକସରା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ବ୍ଲକ ର ଜିପିଡ଼ିଓ ରାଜେନ୍ଦ୍ର ପାତ୍ର, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, ଏପିଓ ସତୀଶ ରଞ୍ଜନ ବେହେରା, ବିପିସି ଜିତେନ୍ଦ୍ର କୁମାର ମିଶ୍ର ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପଞ୍ଚାୟତ ର କୋକସରା, ଚିଲିଗୁଡା, ଗଡରାମାଲ, ନୂଆପଡା ଗ୍ରାମରୁ ଆସିଥିବା ହିତାଧିକାରୀଙ୍କ ଆବାସ ଯୋଜନା, ଭତ୍ତା, ପିଡ଼ିଏସ ଓ ଅନ୍ୟାନ୍ୟ ଅଭିଯୋଗ ନେଇ ଆସିଥିବା ହିତାଧିକାରୀ ଙ୍କ ଅଭିଯୋଗ ଶୁଣାଣି କରିଥିଲେ।

ଏହି ଜନ ଶୁଣାଣି ଶିବିର ରେ ମୋଟ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ହିତାଧିକାରୀ ଙ୍କ ଅଭିଯୋଗ ଉପରେ ଶୀଘ୍ର ସମାଧାନ କରାଯିବା ନେଇ ବିଡ଼ିଓ ଶ୍ରୀ ମାଝୀ କହିଛନ୍ତି।ପଞ୍ଚାୟତ ର ପିଇଓ ଭବିଷ୍ୟତ ପଟେଲ ଓ ଯୋଗାଣ ସହାୟକ ଦୟା ଶବର ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ଜନ ଶୁଣାଣି ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।