ମୋ ଟିଭି ଓଡିଶା / ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ)
ସୁନ୍ଦରଗଡ଼, ୨୭/୦୮ : କୁତ୍ରା ବ୍ଲକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କ ର ଅଭିଯୋଗ ଗୁଡ଼ିକ ର ଶୁଣାଣି କରିଥିଲେ।

ଆଜି ମୋଟ ୬୧ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୨୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୩୩ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ସବୁ ଅଭିଯୋଗ ଗୁଡ଼ିକ ମଧ୍ୟରୁ ୬ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ଯେଉଁଥିରେ କି ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ନିମନ୍ତେ ଆବେଦନ ରହିଥିଲା।

ଏହି ସବୁ ଅଭିଯୋଗ ଗୁଡ଼ିକ ମଧ୍ୟରୁ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ ଓ ମରାମତି, ରାସନ୍ କାର୍ଡ, ଭତ୍ତା ଆଦି ପ୍ରମୁଖ ରହିଥିଲା। ଆଜିର ଏହି ଅଭିଯୋଗ ଶୁଣାଣି ରେ ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, କୁତ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତହସିଲଦାର ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।