ଗଞ୍ଜାମ : ୦୨/୧୧/୨୪
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଶରାବ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ l

ଚାଷ ଜମିକୁ ପାଣି ମଡ଼ାଇ ବାକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟା କାଣ୍ଡ ର କାରଣ ଅଶ୍ୱଷ୍ଟ ରହିଛି l ମୃତ ବ୍ୟକ୍ତି ସେହି ଗ୍ରାମର 48 ବର୍ଷୀୟ ପଞ୍ଚୁ ଗୌଡ଼ଙ୍କ ହୋଇଥିବା ଜଣାପଡିଛି l

ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଜଣାପଡିନଥିବା ବେଳେ ଆଜି ସକାଳୁ ପଞ୍ଚୁ ଙ୍କ କ୍ଷତାକ୍ତ ମୃତଦେହ ଚାଷ ଜମି ନିକଟରେ ପଡିରହିଥିବା କିଛି ଲୋକ ଦେଖିବାକୁ ପାଇ ପରିବାର ଲୋକଙ୍କୁ ଜଣାଇଥିଲେ l

ମୃତକ ଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚି ଧରାକୋଟ ପୋଲିସ କୁ ଖବର ଦେବାପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।