ମୋଟିଭି ଓଡିଶା : କଳାହାଣ୍ଡି: ୨୦/୦୫ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାଳିଆ କୁଣ୍ଡଳ ଗ୍ରାମରୁ ବିବାହ ପରେ କନ୍ୟା ଛାଡି ଆସିବାକୁ କୋକସରା ବ୍ଲକ ଡ଼ହଗାଁ ଗ୍ରାମକୁ ଆସିଥିବା କନ୍ୟାର ସମ୍ପର୍କୀୟ ବାଇକରେ ଯାଉଥିବା ସମୟରେ ଡ଼ହଗାଁ ଗ୍ରାମ ନିକଟରେ ଥିବା ବ୍ରିଜର ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ବାଇକରେ ଥିବା କଳିଆକୁଣ୍ଡଳ ଗ୍ରାମର ମଙ୍ଗଳ ଯାନୀଙ୍କ ସ୍ତ୍ରୀ ର ରତ୍ନୀ ଯାନୀ(୩୦) ବାଇକରୁ ପଡି ଗୁରୁତର ହେବାପରେ ଖବର ପାଇ ତାଙ୍କ ସହ ଆସିଥିବା ସମ୍ପର୍କୀୟ ଲୋକମାନେ ପହଞ୍ଚି ଏକ ବୋଲେରା ଗାଡିରେ ଗୁରୁତର ମହିଳାଙ୍କୁ ନେଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାରେ ଗୁରୁତର ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ କୋକସରା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ରାତି ହୋଇଥିବାରୁ ଶବ ବ୍ୟବଚ୍ଛେଦ ମଙ୍ଗଳବାର ସକାଳେ ହେବାନେଇ ସୂଚନା ମିଳିଛି।
ବିବାହ ପରେ କନ୍ୟା ଛାଡିବାକୁ ଆସି ଦୁର୍ଘଟଣାରେ ବିବାହିତ ମହିଳା ମୃତ।

More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।