MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଓଡିଶା ଡ୍ରାଇଭର ମହାସଂଘ ର ବୈଠକ ଅନୁଷ୍ଠିତ l

ମୋଟିଭି ଓଡ଼ିଶା,ଫୁଲବାଣୀ:୨୮/ ୭(ସୁଶାନ୍ତ କୁମାର ସାହୁ, ସୁଶାନ୍ତ ଦିଗାଲ ):

ଫିରିଙ୍ଗିଆ ସ୍ଥାନୀୟ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଓଡିଶା ଡ୍ରାଇଭର ମହାସଂଘ ର ବୈଠକ ଅନୁଷ୍ଠିତ ହୋଇଛି l ଫିରିଙ୍ଗିଆ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ର ବ୍ଲକ ଉପସଭାପତି ବଂଶୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ପ୍ରଥମେ ଫିରିଙ୍ଗିଆ ବ୍ଲକ ଛକ ଠାରୁ କଲ୍ୟାଣୀ ମଣ୍ଡପ ପ୍ରଯ୍ୟନ୍ତ ରାଲି ଆୟୋଜନ କରା ଯାଇଥିଲା l ରାଲି ପରେ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ଓଡିଶା ଡ୍ରାଇଭର ମହାସଂଘ ର ରାଜ୍ୟ ସଭାପତି ଅଜୁ ଭାଇଙ୍କ ସହ ରାଜ୍ୟ କମିଟିର ଚୈତନ୍ୟ ଭାଇ, ଘନଶ୍ୟାମଭାଇ,ଆଦିତ୍ୟ ଭାଇ,ମାନସ ଭାଇ ଯୋଗ ଦେଇଥିବା ବେଳେ ଜିଲ୍ଲା କମିଟି ର ଜିଲ୍ଲା ସଭାପତି ଆଲୋକ ଭାଇ ଏବଂ ଜିଲ୍ଲା କମିଟି ର ମାନସ ଭାଇ ବଳିଆଭାଇ , ମିଥୁନ ଭାଇ ପପୁ ଭାଇ ଯୋଗ ଦେଇଥିଲେ l

ବୈଠକରେ ଓଡିଶା ଡ୍ରାଇଭର ମହାସଂଘ ର ବିଭିନ୍ନ ସମସ୍ୟା ବିଷୟରେ ରାଜ୍ୟ ସଭାପତି ଅଜୁ ଭାଇ ଆଲୋଚନା କରିବା ସହ ତାର ସମାଧାନ କିଭଳି ହୋଇ ପାରିବ ସେ ନେଇ ଆଲୋଚନା କରିଥିଲେ l ରାଜ୍ୟ ସ୍ଥରରୁ ଆସିଥିବା ସମସ୍ତ ସଦସ୍ୟ ମାନେ ଗାଡି ଚଲେଇବା ସମୟରେ ସାବଧାନତା କାଗଜ ପତ୍ର ଓ ନିଶା ସେବନ କୁ ସମ୍ପୂର୍ଣ ବର୍ଜନ କରିବାକୁ ସଚେତନ କରିଥିଲେ l ଫିରିଙ୍ଗିଆ ବ୍ଲକ ର ଓଡିଶା ଡ୍ରାଇଭର ମହାସଂଘ ର ଉମାକାନ୍ତ ଭାଇଙ୍କ ସହ ସମସ୍ତ ପଦବୀରେ ଥିବା ବ୍ଲକ ସ୍ଥରରୁ ପଞ୍ଚାୟତ ସ୍ଥର ପର୍ଯ୍ୟନ୍ତ କର୍ମକର୍ତା ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ବ୍ଲକ ସମେତ ବିଭିନ୍ନ ବ୍ଲକ ର ଓଡିଶା ଡ୍ରାଇଭର ମହାସଂଘ ର ଶତାଧିକ ଡ୍ରାଇଭର ଭାଇ ମାନେ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଫିରିଙ୍ଗିଆ ବ୍ଲକ ଡ୍ରାଇଭର ମହାସଂଘ ର ସଦସ୍ୟ ମାନୁଏଲ ଦିଗାଲ ଓ ବଂଶୀ ଭାଇ ପରିଚାଳନା କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।