January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖର୍ଚ୍ଚ ସଂପର୍କିତ ବୈଠକ ଅନୁଷ୍ଠିତ l

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖର୍ଚ୍ଚ ସଂପର୍କିତ ବୈଠକ ଅନୁଷ୍ଠିତ lବିପର୍ଯ୍ୟୟ ପରିଚାଳନାରେ ଯୋଜନାର ଆଧୁନିକୀକରଣ ଏବଂ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ l

ଭୁବନେଶ୍ୱର, ୭.୧୧.୨୦୨୪

ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଏବଂ ସେ ବାବଦରେ ହୋଇଥିବା ଖର୍ଚ୍ଚ  ସଂପର୍କରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଂଜନ କୁମାର ସିଂ ଯୋଗ ଦେଇ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ଅର୍ଥ ଓ ଖର୍ଚ୍ଚ  ସଂପର୍କରେ ଉପସ୍ଥାପନ କରିଥିଲେ । ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । 

ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି( ଏସଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି( ଏସଡିଏମ୍ଏଫ)ର ମିଳିତ ପାଣ୍ଠିରେ ରାଜ୍ୟ ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପରିଚାଳନା ପାଣ୍ଠି  ( ଏସଡିଆରଏମଏଫ) ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହାୟତାରେ ପରିଚାଳିତ ଏହି ପାଣ୍ଠିରୁ  ବିପର୍ଯ୍ୟୟ ମୁକାବିଲା ପାଇଁ ରିଲିଫ୍ ଓ ତୁରନ୍ତ ପ୍ରତିକ୍ରିୟା କାର୍ଯ୍ୟାନୁଷ୍ଠାନ, ପୁନରୁଦ୍ଧାର ଓ ପୁନଃ ନିର୍ମାଣ, ବିପର୍ଯ୍ୟୟ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି ପାଇଁ ଖର୍ଚ୍ଚ କରାଯାଇଥାଏ । ବୈଠକରୁ ଜଣାଯାଇଛି ଯେ, ଗତ ୨୦୨୧-୨୨ରୁ ୨୦୨୪-୨୫ ବର୍ଷରେ  ଅଦ୍ୟାବଧି ବିଭିନ୍ନ ବିଭାଗକୁ ୨୪୫୮.୮୦୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଭିନ୍ନ ବର୍ଷରେ ଏଥିପାଇଁ ଏସଡିଆରଏଫ୍ ଏବଂ ଏସଡିଏମ୍ଏଫ ରୁ କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ, ଓସଡମା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ ବିଭାଗ ଓ ପୂର୍ତ୍ତ ବିଭାଗ ଆଦି ୧୧ ଟି ବିଭାଗ ତଥା ସଂସ୍ଥାକୁ ବିପର୍ଯ୍ୟୟ ମୁକାବିଲା ଓ ପ୍ରସ୍ତୁତି ପାଇଁ  ଏହି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଏଥିରୁ ବିଭିନ୍ନ ବିଭାଗର ଖର୍ଚ୍ଚ  ସହ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ ସଂପର୍କିତ ସମୀକ୍ଷା କରାଯାଇଥିଲା ।   

ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାବଦରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ଉପକରଣ କ୍ରୟ ଓ ଦକ୍ଷତା ବୃଦ୍ଧି ପାଇଁ ଖର୍ଚ୍ଚ ଉପସ୍ଥାପନ କରାଯିବା ସହ ଆଗାମୀ ଦିନ ପାଇଁ ପ୍ରସ୍ତୁତି ନିମନ୍ତେ ଆବଶ୍ୟକତା  ଅନୁସାରେ ଖର୍ଚ୍ଚ ମଂଜୁର ପାଇଁ ଅନୁରୋଧ            କରାଯାଇଛି ।  ସେହିପରି ଓଡ୍ରାଫ  ତରଫରୁ ମଧ୍ୟ  ଖର୍ଚ୍ଚ ଉପସ୍ଥାପନ କରାଯାଇଥିଲା ।  

ବିଭିନ୍ନ ବାବଦରେ ଖର୍ଚ୍ଚ ଓ ବିନିଯୋଗ ପତ୍ର ପ୍ରଦାନ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗମାନଙ୍କୁ ଆବଣ୍ଟନ କରାଯାଉଥିବା ଅର୍ଥକୁ ସଠିକ୍ ବିନିଯୋଗ କରାଯିବା ସହ ଖର୍ଚ୍ଚ ପ୍ରକ୍ରିୟାର ଉପଯୁକ୍ତ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଆହୁରି ମଧ୍ୟ ସେ ବିପର୍ଯ୍ୟୟ ପରିଚାଳନା ଯୋଜନାର ଆଧୁନିକୀକରଣ ଏବଂ ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଇଁ  ଜରୁରୀ ଆବଶ୍ୟକତା ହେଉଥିବା ଅଗ୍ରାଧିକାର କ୍ଷେତ୍ର , ବାତ୍ୟା ସମୟରେ ଅଧିକ ଜୋରରେ ପବନ ବହିବାର ଆଶଙ୍କା ଥିଲେ ଏଥିପାଇଁ ପ୍ରସ୍ତୁତିରେ ଆଧୁନିକୀକରଣ, ବିଦ୍ୟୁତ୍ ଶକ୍ତି ପୁନଃ ସଂସ୍ଥାପନ, ଜଳ ନିଷ୍କାସନ ସମସ୍ୟାର ସମାଧାନ, ଦକ୍ଷତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସଂପର୍କିତ ଖର୍ଚ୍ଚକୁ ଗୁରୁତ୍ୱ ଦିଆଯିବା ସଂପର୍କରେ  ବୈଠକରେ ଆଲୋକପାତ କରାଯାଇଥିଲା ।  

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।