- ଓଡ଼ିଶାର ଦକ୍ଷତା ବିକାଶ କ୍ଷେତ୍ରକୁ ଆହୁରି ଉନ୍ନତ ଓ ପ୍ରଶସ୍ତ କରିବା ସଂପର୍କରେ ଆଲୋଚନା
- ସୂଚନା ପ୍ରଯୁକ୍ତି- ଆଇଟି ସକ୍ଷମ ସେବା ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଶିକ୍ଷଣକୁ ଗୁରୁତ୍ୱ ।
- ପ୍ରଧାନମନ୍ତ୍ରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ଓ ଆଲୋଚନା ଆଧାରରେ ଏହି ବୈଠକ ଅନୁଷ୍ଠିତ ।
ଭୁବନେଶ୍ୱର ତା-୦୩.୧୨.୨୦୨୪
ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରେଶ ନଟରାଜନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ସାକ୍ଷାତ କରିବା ସହ ଏକ ବୈଠକରେ ଯୋଗଦେଇଥିଲେ ।
ସେମିକଣ୍ଡକ୍ଟର ଶିଳ୍ପର ବ୍ୟାପକତା ଏବଂ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପ୍ରଯୁକ୍ତିବିଦ୍ୟାକୁ ଶକ୍ତି ଯୋଗାଇବାର ଗୁରୁତ୍ୱ ଦୃଷ୍ଟିରୁ ଉଭୟ ଓଡ଼ିଶା ତଥା ସମଗ୍ର ଦେଶରେ ସେମିକଣ୍ଡକ୍ଟର ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି ଏବଂ ଆଇଟି-ସକ୍ଷମ ସେବା ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରସ୍ତାବ ଅନୁଷ୍ଠିତ ବୈଠକରେ ଦିଆଯାଇଥିଲା ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ବେଳେ ଆନ୍ତର୍ଜାତିକ ସ୍ତରୀୟ ଦକ୍ଷତା ବୃଦ୍ଧି ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଇଣ୍ଟର୍ଣ୍ଣମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ଏବଂ ପରବର୍ତ୍ତୀ ସମୟରେ ନିକଟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଆଇଟିଇଇଏସ୍, ସିଙ୍ଗାପୁର ଗସ୍ତ ଏବଂ ଆଲୋଚନା ଆଧାରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟକୁ ଉନ୍ନତ ଉତ୍ପାଦନର କେନ୍ଦ୍ର ଭାବରେ ଅବସ୍ଥାପିତ କରିବା ସଂପର୍କରେ ଓଡ଼ିଶା ସରକାର ରଣନୈତିକ ଗୁରୁତ୍ୱ ସହିତ ଏହି କ୍ଷେତ୍ରରେ ଏକ ଦକ୍ଷ ଶ୍ରମଶକ୍ତିର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଉତ୍ପାଦ କିମ୍ବା ସେବା ସୃଷ୍ଟି କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଆବଶ୍ୟକ କରୁଥିବା ହାଇଟେକ୍ ଶିଳ୍ପଗୁଡ଼ିକର ପ୍ରତିଭା ସମ୍ପନ୍ନ ଦକ୍ଷ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ଅଧୀନରେ ଏକ ସୁଦୃଢ଼ ଇକୋସିଷ୍ଟମ୍ ସୃଷ୍ଟି କରିବାର ବ୍ୟାପକ ଦୃଷ୍ଟିକୋଣ ସହ ଏହା ଯୋଡ଼ି ହୋଇଛି । ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୁଞ୍ଜିନିବେଶ କରି ଏବଂ ଶିଳ୍ପ ଭାଗିଦାରୀ ସ୍ଥାପନ କରି ଓଡ଼ିଶା ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହା ଦେଶର ଆତ୍ମନିର୍ଭରଶୀଳତାରେ ପ୍ରମୁଖ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛି ।
ସିଙ୍ଗାପୁରର ପ୍ରତିନିଧିଙ୍କ ସହ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକରେ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍.ରାଜପୁତ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓଡ଼ିଶା ସରକାରଙ୍କ ମୁଖ୍ୟ ଦକ୍ଷତା ଅଧିକାରୀ ବ୍ରୁସ୍ ପୋହ ଏବଂ ଏସଡିଟିଇ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପିନାକୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିନିଧିମାନେ ଓଡ଼ିଶା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିବା ସହ ଓଡ଼ିଶାର ଦକ୍ଷତା ଇକୋସିଷ୍ଟମକୁ ଆହୁରି ଉନ୍ନତ କରିବା ପାଇଁ ନିରନ୍ତର ବୈଶ୍ୱିକ ଭାଗିଦାରୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଇଟିଇଇଏସ୍ ର ସିଇଓ ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଦକ୍ଷତା ଅଧିକାରୀ ମଧ୍ୟ ଏହି ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଇଟି-ଆଇଟିଇଏସ୍ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ଉଭୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଖୁବ୍ ଶୀଘ୍ର ଏକ ବିସ୍ତୃତ ପ୍ରସ୍ତାବ ଦାଖଲ କରାଯିବା ସମ୍ପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ